CrimeFeaturedLatestNews

ବାପାର ଛୁରା ମାଡରେ ପୁଅର ମୃତ୍ୟୁ

ବାଲେଶ୍ବର(ସଂକେତ ଟିଭି): ବାପାର ଛୁରା ଆକ୍ରମଣରେ ନାବାଳକ ପୁଅର ମୃତ୍ୟୁ ହୋଇଛି। ବାଲେଶ୍ବର ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ନେଦାମ ଗ୍ରାମରେ ଏଭଳି ଘଟିଥିବା ଜଣାପଡିଛି।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲା ଉଦଳା ଥାନା ନେଦାମ ଗ୍ରାମର ଯୋଗେନ୍ଦ୍ର ସିଂ ନାମକ ଜଣେ ବ୍ୟକ୍ତି ତାଙ୍କ ପରିବାର ସହିତ ୬ ବର୍ଷ ଧରି ନରମା ଗ୍ରାମରେ ରହୁଥିଲେ। ଗତକାଲି ରାତିରେ ସେ ଘରକୁ ଫେରିବା ପରେ କିଛି କାରଣରୁ ତାଙ୍କ ସ୍ତ୍ରୀ ମୁନି ସିଂଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ତାଙ୍କ ବଡ଼ପୁଅ ୧୭ ବର୍ଷୀୟ ରାଜେଶ ସିଂ ମାଆକୁ ବଚାଇବା ପାଇଁ ପିତାଙ୍କୁ ପ୍ରତିବାଦ କରିଥିଲେ। ଏଥିରେ କ୍ରୋଧାନ୍ୱିତ ହୋଇ ଯୋଗେନ୍ଦ୍ର ଛୁରୀ ଧରି ପୁଅ ରାଜେଶଙ୍କ ଛାତିରେ ଆଘାତ କରିଥିଲେ।

ଆଘାତ ପାଇବା ପରେ ରାଜେଶଙ୍କୁ ପରିବାର ଲୋକେ ପ୍ରଥମେ ଔପଦା ଡାକ୍ତରଖାନାକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ଉପସ୍ଥିତ ନଥିବାରୁ ତାଙ୍କୁ ସୋର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ଅନ୍ୟ ପକ୍ଷରେ, ପୋଲିସ ହତ୍ୟା କରିଥିବା ବାପା ଯୋଗେନ୍ଦ୍ର ସିଂଙ୍କୁ ଅଟକ କରିଛି। ଘଟଣାର ତଦନ୍ତ ଚାଲିଛି ଏବଂ ଆହୁରି ତଥ୍ୟ ସଂଗ୍ରହ କରାଯାଉଛି।