ଓଜେଏସ-୨୨୩ ଫଳାଫଳ ପ୍ରକାଶ, ଟପ୍ପର ହେଲେ ସୋମେଶ ରଣବିଜୁଳି
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରେ ଗୁରୁବାର ଓଡ଼ିଶା ନ୍ୟାୟିକ ସେବା (ଓଜେଏସ)-୨୨୩ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୨୪ ଜଣ ମହିଳା ପ୍ରାର୍ଥୀ ସହିତ ମୋଟ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି।
ଏଥିରେ ସୋମେଶ ରଣବିଜୁଳି (ରୋଲ୍ ନମ୍ବର ୨୦୦୧୧୩) ଟପ୍ପର ହୋଇଥିବା ବେଳେ, ଅରୁଣିମା ପତି (ରୋଲ୍ ନମ୍ବର ୨୪୦୦୯୧) ଏବଂ ପାୟଲ୍ ଆଟ୍ଟା (ରୋଲ୍ ନମ୍ବର ୪୦୦୪୪୯) ଯଥାକ୍ରମେ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଛନ୍ତି। ଏହି ପରୀକ୍ଷାରେ ଝିଅମାନେ ବାଜି ମାରିଛନ୍ତି, ଯେଉଁଥିରେ ୨୪ ଜଣ ମହିଳା ଏବଂ ୯ ଜଣ ପୁରୁଷ ପ୍ରାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଓପିଏସସି ପକ୍ଷରୁ ଜାରି ଏକ ବିଜ୍ଞପ୍ତିରେ କୁହାଯାଇଛି, “୨୦୨୩-୨୪ ବିଜ୍ଞାପନ ସଂଖ୍ୟା ୩୦ ଅନୁଯାୟୀ, ଓଡ଼ିଶା ନ୍ୟାୟିକ ସେବା-୨୨୩ ପରୀକ୍ଷାରେ ସିଭିଲ୍ ଜଜ୍ ପଦବୀରେ ନିଯୁକ୍ତି ପାଇଁ ୩୩ ଜଣ ପ୍ରାର୍ଥୀଙ୍କ ନାମ ସୁପାରିଶ କରାଯାଇଛି। ଏଥିରେ ୨୪ ଜଣ ମହିଳା ପ୍ରାର୍ଥୀ ଅନ୍ତର୍ଭୁକ୍ତ।”
ସଫଳ ପ୍ରାର୍ଥୀମାନେ ଓପିଏସସିର ଅଫିସିଆଲ୍ ୱେବସାଇଟ୍ (www.opsc.gov.in) ପରିଦର୍ଶନ କରି ଅଧିକ ତଥ୍ୟ ପାଇପାରିବେ। ଏହି ଫଳାଫଳ ପ୍ରକାଶ ପରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ନ୍ୟାୟିକ ସେବାରେ ନିଯୁକ୍ତି ପାଇଁ ପ୍ରସ୍ତୁତ ହେବାର ସୁଯୋଗ ପାଇଛନ୍ତି।