CrimeFeaturedLatestNews

ଘରେ ପଶି ଠିକାଦାରଙ୍କୁ ଗଳାକାଟି ହତ୍ୟା, ପୂର୍ବ ଶତ୍ରୁତାରୁ ଏମିତି ଘଟିଥିବା ସନ୍ଦେହ

ବାରିପଦା (ସଂକେତ ଟିଭି): ପବିତ୍ର ଦୋଳପୂର୍ଣ୍ଣିମା ଦିନ ବାରିପଦା ସହରରେ ଜଣେ ଠିକାଦାରଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ଛୁରି ମାଡ଼ି ହତ୍ୟା କରି ଫେରାର ହୋଇଯାଇଛି। ମୃତକ ହେଲେ ଭଞ୍ଜପୁର ଥାନା ଅଧୀନ ଫରେଷ୍ଟ କଲୋନୀର ଟିକୁଲୁ ଓରଫ ସ୍ନେହାଶିଷ ପଣ୍ଡା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟା କାଣ୍ଡ ଘଟିଥିବା କୁହାଯାଉଛି ।

ଅଭିଯୁକ୍ତ ଜଣକ ଗତବର୍ଷ ହୋଲି ପର୍ବରେ ମୃତକଙ୍କ ଘରେ ଆସି ତାଙ୍କୁ ପିଟିଥିବା ବେଳେ ଆଜି ସେ ଛୁରି ନେଇ ତାଙ୍କ ଘର ଭିତରେ ପଶି ମୃତକଙ୍କ ବେକରେ କାଟି ଫେରାର ହୋଇଯାଇଥିଲା। ରକ୍ତରେ ଜୁଡୁବୁଡୁ ହୋଇଥିବା ସ୍ନେହାଶିଷଙ୍କୁ ପିଆରଏମ୍ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା, ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।