ଠେଙ୍ଗାରେ ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ବାରିପଦା (ସଂକେତ ଟିଭି): ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଥାନା ଅନ୍ତର୍ଗତ ଟାଙ୍ଗଶୋଳ ଗ୍ରାମରେ ଜଣେ ସ୍ୱାମୀ ତାଙ୍କ ସ୍ତ୍ରୀକୁ ଠେଙ୍ଗା ମାଡ଼ରେ ହତ୍ୟା କରିଛି। ମୃତକ ଜଣକ ହେଉଛନ୍ତି ସବିତା ଭୋକ୍ତା (୨୪) । ଅଭିଯୁକ୍ତ ସ୍ୱାମୀ ଜଣକ ହେଲେ ଫୋତଲ ଭୋକ୍ତା (୨୮) ହେଉଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।
ଘଟଣାଟି ଗତକାଲି ରାତିରେ ଘଟିଥିଲା। ସୂତ୍ର ଅନୁସାରେ, ରାତିରେ ଖାଇବା ପରେ ଅଭିଯୁକ୍ତ ତାଙ୍କ ମୋବାଇଲରେ ଜଣେ ବାନ୍ଧବୀଙ୍କ ସହ କଥା ହେଉଥିବାରୁ ସ୍ତ୍ରୀ ସନ୍ଦେହ କରିଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ଏବଂ ଏହା ବିରାଟ ରୂପ ନେଇଥିଲା। କ୍ରୋଧାନ୍ୱିତ ହୋଇ ଅଭିଯୁକ୍ତ ତାଙ୍କ ସ୍ତ୍ରୀକୁ ଠେଙ୍ଗା ମାଡ଼ରେ ପିଟି ହତ୍ୟା କରିଦେଇଥିଲେ। ହତ୍ୟା ପରେ ସେ ରାତି ସାରା ସ୍ତ୍ରୀର ମୃତଦେହ ପାଖରେ ବସି ରହିଥିଲେ। ସକାଳେ ପୋଲିସକୁ ଖବର ମିଳିବା ପରେ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଅଟକ କରିଛି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି।