ସ୍ପେଶ ଷ୍ଟେସନରେ ପହଞ୍ଚିଲା ସ୍ପେସଏକ୍ସ କ୍ରୁ-୧୦ ମିଶନ, ସ୍ବାଗତ କଲେ ସୁନିତା
ନୂଆଦିଲ୍ଲୀ (ସଂକେତ ଟିଭି): ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ (ISS)ରେ ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍ ୱିଲମୋରଙ୍କୁ ଘରକୁ ଫେରିବା ପାଇଁ ସ୍ପେସଏକ୍ସ (SpaceX)ର ମିଶନ କ୍ରୁ-୧୦ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନରେ ପହଞ୍ଚି ସାରିଛି। କ୍ରୁ-୧୦ ଏୟାରକ୍ରାଫ୍ଟରେ ୪ ଜଣ ମହାକାଶଚାରୀ ପହଞ୍ଚିବା ସହ ସୁନିତା ସେମାନଙ୍କୁ ଜୋରଦାର ସ୍ଵାଗତ କରିଛନ୍ତି।
ଦୀର୍ଘ ମାସ ଧରି ISSରେ ଫସି ରହିଥିବା ସୁନିତା ୪ ଜଣ ମହାକାଶଚାରୀଙ୍କୁ ଦେଖି ଖୁସିରେ ଆତ୍ମବିଭୋର ହୋଇଛନ୍ତି। ତେବେ ଗତ କିଛି ଦିନ ଧରି ସୁନିତାଙ୍କ ଠାରୁ ISS ସମ୍ପର୍କରେ କିଛି ତଥ୍ୟ ହାସଲ କରିବେ। ୧୯ ମାର୍ଚ୍ଚରେ ସେ ପୃଥିବୀକୁ ଫେରିବା ପାଇଁ ଯାତ୍ରା ଆରମ୍ଭ କରିବେ।
ଦୀର୍ଘ ମାସ ଧରି ISSରେ ଫସି ରହିଥିବା ସୁନିତା ଓ ତାଙ୍କ ସାଥିଙ୍କୁ ପୃଥିବୀକୁ ଫେରିବା ପାଇଁ ଗତ ୧୪ ମାର୍ଚ୍ଚରେ ସ୍ପେସଏକ୍ସ କ୍ରୁ-୧୦ ମିଶନ ଲଞ୍ଚ କରିଥିଲା। ଫାଲକନ ୯ ରକେଟ ଓ ଡ୍ରାଗନ କ୍ୟାପସୁଲ ଜରିଆରେ ୪ ଜଣ ମହାକାଶଚାରୀଙ୍କୁ ଧରି ଏହା ଉଡାଣ ଭରିଥିଲା। ଡ୍ରାଗନ ସ୍ପେଶକ୍ରାଫ୍ଟରେ ନାସା କମାଣ୍ଡର ଏନି ମେକ୍କଲେନ, ପାଇଲଟ ଅୟର୍ସ, ଜାପାନ ସ୍ପେଶ ଏଜେନ୍ସି (JAXA)ର ତାକୁୟା ଓନେଶି ଓ ଋଷର କୋର୍ମୋନାଣ୍ଟ କେରେଲ ପେସକୋବ ସାମିଲ ଅଛନ୍ତି।
ନାସା ମହାକାଶଚାରୀ ସୁନିତା ୱିଲିୟମ୍ସ ଓ ତାଙ୍କ ସାଥି ବଚ୍ ୱିଲମୋର ୫ ଜୁନ ୨୦୨୪ରେ ଅନ୍ତରାଷ୍ଟ୍ରୀୟ ସ୍ପେଶ ଷ୍ଟେସନ ଯାଇଥିଲେ। ମାତ୍ର ଏକ ସପ୍ତାହ ପାଇଁ ଯାଇ ଗତ ୯ ମାସ ହେଲା ଫସି ରହିଛନ୍ତି ସେ। ବୋଇଙ୍ଗ ଷ୍ଟାରଲାଇନର ମହାକାଶଯାନରେ ତ୍ରୁଟି କାରଣରୁ ଉଭୟେ ଫେରିପାରିନଥିଲେ। ୯ ମାସ ହେଲାଣି ଉଭୟେ ଫସି ରହିଛନ୍ତି। ତେବେ ଯଦି ସବୁ କିଛି ଠିକ ରୁହେ, ଖୁବ ଶୀଘ୍ର ସେ ପୃଥିବୀ ଫେରିବେ।
After 8 months, NASA's Sunita Williams & Butch Wilmore are finally set to return! Thanks to SpaceX's Crew-10 mission. 🚀 pic.twitter.com/ZLPM4Lbqic
— RANOVO (@RealRANOVO) March 16, 2025