ଓଡ଼ିଶାରେ ଗୁଜରାଟ ମଡେଲରେ ହେବ ପୋଷଣ କେନ୍ଦ୍ର: ଖାଦ୍ୟ ଯୋଗାଣ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଗୁଜରାଟ ମଡେଲରେ ଓଡ଼ିଶାରେ ପୋଷଣ କେନ୍ଦ୍ର ନିର୍ମାଣ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ପୋଷଣ କେନ୍ଦ୍ର ଜରିଆରେ ଗରିବ ଓ ମଧ୍ୟବିତ୍ତ ପରିବାରଙ୍କୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ଯୋଗାଇବେ ସରକାର। ଏହି କେନ୍ଦ୍ରରେ ଡାଲି, ଅଟା, ତେଲ ଓ ଚାଉଳ ଭଳି ମୂଳଭୂତ ଜିନିଷ ମିଳିବ। ଏହାର ସୁବିଧା ପାଇଁ ହିତାଧିକାରୀଙ୍କୁ ସ୍ୱତନ୍ତ୍ର କାର୍ଡ ପ୍ରଦାନ କରାଯିବ।
ଏଥିପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ସବସିଡି ଯୋଗାଇବେ ବୋଲି ଆଲୋଚନା ଚାଲିଛି। ପାଇଲଟ୍ ପ୍ରୋଜେକ୍ଟରେ ପ୍ରଥମେ ୩୫ଟି ପୋଷଣ କେନ୍ଦ୍ର ଖୋଲାଯିବ। ଏହା ସଫଳ ହେଲେ ପରେ ପ୍ରତି ପଂଚାୟତରେ ପୋଷଣ କେନ୍ଦ୍ର ଖୋଲାଯିବ। ଏହି ପ୍ରକଳ୍ପ ପାଇଁ ସରକାରୀ ଅଧିକାରୀଙ୍କୁ ପ୍ରାଥମିକ ପ୍ରଶିକ୍ଷଣ ଦିଆଯାଇସାରିଛି। ଅଧିକାରୀଙ୍କର ଏକ ସ୍ୱତନ୍ତ୍ର ଟିମ୍ ଗୁଜରାଟ ଯାଇ ମଡେଲ ଅଧ୍ୟୟନ କରିବେ ବୋଲି ମନ୍ତ୍ରୀ କହିଛନ୍ତି।