FeaturedLatestNews

ରାଜ୍ୟର ୨୬୦୩ ଗାଁରେ ନାହିଁ ମୋବାଇଲ ସେବା

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟର ୨୬୦୩ଟି ଗାଁ ଏଯାବତ୍ ମୋବାଇଲ ସେବାରୁ ବଞ୍ଚିତ ରହିଛି। ବିଧାନସଭାରେ ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ।

ମନ୍ତ୍ରୀ ଲିଖିତ ଉତ୍ତରରେ କହିଛନ୍ତି ଯେ, ରାଜ୍ୟର ୫୧,୧୭୬ଟି ଗାଁ ମଧ୍ୟରୁ ୨୬୦୩ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ ସେବା ଉପଲବ୍ଧ ନାହିଁ। ଏହି ଗ୍ରାମଗୁଡ଼ିକୁ ନେଟୱାର୍କ ଅଧିନରେ ଆଣିବା ପାଇଁ ଭାରତ ସରକାରଙ୍କ ଡିଜିଟାଲ ଭାରତ ନିଧି (DBN) ପ୍ରକଳ୍ପ ଓ ରାଜ୍ୟ ସରକାରଙ୍କ ସହଯୋଗରେ ୪୨୧୦ଟି ମୋବାଇଲ ଟାୱାର ସ୍ଥାପନ ଯୋଜନା ରହିଛି।

ଏପର୍ଯ୍ୟନ୍ତ ୨୫୭୨ଟି ଟାୱାର କାର୍ଯ୍ୟକ୍ଷମ ହୋଇସାରିଛି। ଅବଶିଷ୍ଟ ଟାୱାରଗୁଡ଼ିକୁ ଜୁନ୍ ୨୦୨୫ ସୁଦ୍ଧା କାର୍ଯ୍ୟକ୍ଷମ କରିବା ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ଏହି ତଥ୍ୟ ବିଧାୟକ ରାମେଶ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେବା ସମୟରେ ଉପସ୍ଥାପନ କରାଯାଇଥିଲା। ମୋବାଇଲ ସେବା ଚାରିଅଞ୍ଚଳରେ ଅନେକ ଗ୍ରାମରୁ ବଞ୍ଚିତ ରହିଥିବା ଯୋଗୁଁ ରାଜ୍ୟ ସରକାର ଏହି ଅଭିଯାନକୁ ଦୃତଗତିରେ ଅଗ୍ରସର କରୁଛି।