ଧରା ପଡ଼ିଲା ବ୍ରାଉନ ସୁଗାର ମାଫିଆ ଶେଖ ସାରୁକ୍, ୨୬ ଲକ୍ଷ ଟଙ୍କାର ଧଳାଜହର ଜବତ
ଜଳେଶ୍ବର (ଉମାକାନ୍ତ ନାୟକ): ଜଳେଶ୍ୱର ପୋଲିସ ଆନ୍ତଃରାଜ୍ୟ ବ୍ରାଉନ ସୁଗାର ମାଫିଆ ଶେଖ ମନତାଜଙ୍କ ପୁଅ ଶେଖ ସାରୁକ୍କୁ ଗିରଫ କରିଛି। ପ୍ରାୟ ୨୬୦ ଗ୍ରାମ ବ୍ରାଉନ ସୁଗାର ଚାଲାଣ କରିବା ସମୟରେ ସାରୁକ୍କୁ ପୋଲିସ ଧରିଥିଲା। ଜବତ କରାଯାଇଥିବା ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ବୋଲି ବାଲେଶ୍ୱର ଏସପି ରାଜ ପ୍ରସାଦ ସୂଚନା ଦେଇଛନ୍ତି।
ଶେଖ ମନତାଜ ଜଣାଶୁଣା ବ୍ରାଉନ ସୁଗାର ମାଫିଆ ଭାବରେ ପରିଚିତ। ତାଙ୍କ ଧଳା ଜହର ସାମ୍ରାଜ୍ୟକୁ ପୁଅ ସାରୁକ୍ ସମ୍ଭାଳୁଥିଲା। ଆଜି ଦ୍ୱିପ୍ରହର ପ୍ରାୟ ୨.୩୦ ଘଣ୍ଟା ସମୟରେ ପଶ୍ଚିମବଙ୍ଗ ସୀମାନ୍ତ NH-60 ଅଗ୍ରୱାଲା ନିକଟରୁ ପୋଲିସ ସାରୁକ୍କୁ ବ୍ରାଉନ ସୁଗାର ସହିତ ଗିରଫ କରିଛି। ଶେଖ ମନତାଜ ପୂର୍ବରୁ ପ୍ରାୟ ୫ ବର୍ଷ ତଳେ ଜଳେଶ୍ୱର ପୋଲିସ ହାତରେ ଧରା ପଡ଼ିଥିଲେ ଏବଂ ବର୍ତ୍ତମାନ ଜେଲରେ ରହିଛନ୍ତି। ତାଙ୍କ ପୁଅ ସାରୁକ୍ ବାପାଙ୍କ ସାମ୍ରାଜ୍ୟକୁ ସମ୍ଭାଳୁଥିଲା।
ପୂର୍ବରୁ ଅନେକଥର ପୋଲିସ ହାତରୁ ଖସି ଯାଇଥିବା ସାରୁକ୍କୁ ଏଥର ପୋଲିସ ଧରିପାରିଛି। ଜଳେଶ୍ୱର ପୋଲିସ ସାରୁକ୍କୁ ୨୬ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର, ଏକ ବାଇକ ଏବଂ କିଛି ନଗଦ ଟଙ୍କା ସହିତ ଗିରଫ କରିଛି। ସାରୁକ୍ ନାମରେ ପୂର୍ବରୁ ଦୁଇଟି ମାମଲା ରହିଛି, ଯେଉଁଥିରେ ସେ ଜଡିତ। ତାଙ୍କ ବାପା ଶେଖ ମନତାଜଙ୍କ ନାମରେ ଚାରିଟି ମାମଲା ରହିଛି।