FeaturedLatestNews

ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ଦୁଇଦିନ ବନ୍ଦ

ବାରିପଦା (ସଂକେତ ଟିଭି): କାଳବୈଶାଖୀ ଜନିତ ଅତ୍ୟଧିକ ବର୍ଷା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟକୁ ପର୍ଯ୍ୟଟକଙ୍କ ପାଇଁ ଶନିବାର ଓ ରବିବାର ଦୁଇଦିନ ପାଇଁ ବନ୍ଦ କରାଯାଇଛି। ଏହି ସମ୍ବନ୍ଧରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମୟୁରଭଞ୍ଜ ଜିଲ୍ଲାକୁ ବର୍ଷା ପାଇଁ ଆଗରୁ ସତର୍କତା ଜାରି କରାଯାଇଥିଲା ଏବଂ ମଧ୍ୟମରୁ ଭାରି ବର୍ଷା ହୋଇଛି। ଆଗାମୀ ଦୁଇଦିନ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ଏହି ପରିସ୍ଥିତିରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଅଭୟାରଣ୍ୟକୁ ଦୁଇଦିନ ପାଇଁ ବନ୍ଦ କରାଯାଇଛି। ଶିମିଳିପାଳରେ ପାହାଡିଆ ମାଟି ରାସ୍ତାରେ କୌଣସି ଅଘଟଣ ଘଟିବା ପାଇଁ ଆଗରୁ ପଦକ୍ଷେପ ଗ୍ରହଣ କରାଯାଇଛି।

ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଯଶିପୁର ପଟରୁ କାଲିକାପ୍ରସାଦ ଫାଟକ ଏବଂ ବାରିପଦା ପଟରୁ ପିଠାବଟା ତନଖି ଫାଟକ ଦେଇ ଏହି ଦୁଇଦିନ ପର୍ଯ୍ୟଟକ ଗାଡି ପ୍ରବେଶ କିମ୍ବା ପ୍ରସ୍ଥାନ କରିବେ ନାହିଁ ବୋଲି କର୍ତ୍ତୃପକ୍ଷ ଜଣାଇଛନ୍ତି। ବର୍ଷା ପରେ ସ୍ଥିତି କିପରି ରହିବ ତାହା ଦେଖି ଆଗାମୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।