FeaturedHealthLatestNews

ଗତ ୩ ବର୍ଷରେ ଓଡିଶାରେ ୮୪ଟି ନକଲି ଔଷଧ ଚିହ୍ନଟ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ନକଲି ଔଷଧର ବଢ଼ିବା ଘଟଣା ଉପରେ ଚିନ୍ତା ବ୍ୟକ୍ତ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାକୁ ସୂଚନା ଦେଇଛନ୍ତି। ଗତ ୩ ବର୍ଷରେ ୧୩,୫୨୨ ଟି ଔଷଧ ନମୁନା ପରୀକ୍ଷା କରାଯାଇଥିବା ବେଳେ ତନ୍ମଧ୍ୟରୁ ୮୪ଟି ନକଲି ଚିହ୍ନଟ ହୋଇଛି। ଏହି ନକଲି ଔଷଧ ବିଷୟରେ ୧୦୭ଟି ମାମଲା ଦାୟର ହୋଇଥିବା ବେଳେ ୧୫ ଜଣକୁ ଗିରଫ କରାଯାଇଛି ଏବଂ ୩,୪୬୨ଟି ଚଢ଼ାଉ କରାଯାଇଛି।

ମୁଖ୍ୟ ତଥ୍ୟ:

  • ୨୦୨୨-୨୩ରେ ୪୫ଟି ନକଲି ଔଷଧ ଚିହ୍ନଟ (ଜିଙ୍କ ସଲଫେଟ୍, ସୋଡିୟମ୍ ଲାକ୍ଟେଟ୍ ସମେତ)
  • ୨୦୨୩-୨୪ରେ ୩୨ଟି ନକଲି ଔଷଧ ଚିହ୍ନଟ
  • ୨୦୨୪-୨୫ରେ ୨୬ଟି ନକଲି ଔଷଧ ଚିହ୍ନଟ
  • ୪ ଯୋଗାଣକାରୀ କମ୍ପାନୀକୁ କଳାତାଲିକାଭୁକ୍ତ କରାଯାଇଛି

କଳାତାଲିକାଭୁକ୍ତ କମ୍ପାନୀଗୁଡ଼ିକ:

  1. LA CHEMICO Pvt Ltd, କୋଲକାତା
  2. ସ୍ୱରୂପ ଫାର୍ମାସ୍ୟୁଟିକାଲ ପ୍ରାଇଭେଟ ଲିମିଟେଡ, ଉତ୍ତର ପ୍ରଦେଶ
  3. ଆଇଭସ୍ ଡ୍ରଗ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ, ମଧ୍ୟପ୍ରଦେଶ
  4. ଆଲାଏନ୍ସ ବାୟୋଟେକ, ହାଇଦ୍ରାବାଦ

ମନ୍ତ୍ରୀ ମହାଲିଙ୍ଗ କହିଛନ୍ତି, “ଓଡ଼ିଶା ରାଜ୍ୟ ମେଡିକାଲ କର୍ପୋରେସନ ଦ୍ୱାରା କିଣାଯାଇଥିବା ୧୦୩ଟି ଔଷଧ ନିମ୍ନମାନର ବୋଲି ଚିହ୍ନଟ ହୋଇଛି। ରାଜ୍ୟକୁ ମୁଖ୍ୟତଃ ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, କୋଲକାତା ଓ ହାଇଦ୍ରାବାଦରୁ ନକଲି ଔଷଧ ଆସୁଛି। ଏହି ଅପରାଧୀଙ୍କ ବିରୁଦ୍ଧରେ କଠୋର ପଦକ୍ଷେପ ନିଆଯାଉଛି।”