ସାଂସଦଙ୍କ ଦରମା ଓ ଭତ୍ତା ୨୪% ବୃଦ୍ଧି କଲେ କେନ୍ଦ୍ର ସରକାର
ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ର ସରକାର ସାଂସଦମାନଙ୍କ ଦରମା ଓ ଭତ୍ତା ୨୪% ବୃଦ୍ଧି କରିଛନ୍ତି। ସାଂସଦଙ୍କ ମୂଳ ଦରମା ୧ ଲକ୍ଷ ଟଙ୍କାରୁ ବୃଦ୍ଧି କରି ୧ ଲକ୍ଷ ୨୪ ହଜାର ଟଙ୍କା କରାଯାଇଛି। ସେହିପରି ଦୈନିକ ଭତ୍ତା ୨,୦୦୦ ଟଙ୍କାରୁ ବୃଦ୍ଧି କରି ୨,୫୦୦ ଟଙ୍କା କରାଯାଇଛି। ପୂର୍ବତନ ସାଂସଦଙ୍କ ପେନସନ୍ ୨୫,୦୦୦ ଟଙ୍କାରୁ ବୃଦ୍ଧି କରି ୩୧,୦୦୦ ଟଙ୍କା କରାଯାଇଛି। ଏହି ବୃଦ୍ଧିପ୍ରାପ୍ତ ଦରମା ୨୦୨୩ ଏପ୍ରିଲ ୧ ତାରିଖରୁ ପ୍ରତ୍ୟାବର୍ତ୍ତୀ ଭାବେ ଲାଗୁ ହେବ।
ଆୟକର ଅଧିନିୟମ, ୧୯୬୧ରେ ନିର୍ଦ୍ଧିଷ୍ଟ ମୂଲ୍ୟ ବୃଦ୍ଧି ସୂଚକାଙ୍କ ଆଧାରରେ ଏହି ବୃଦ୍ଧି କରାଯାଇଛି। ସାଂସଦଙ୍କୁ ମିଳୁଥିବା ଦରମା ଉପରେ କୌଣସି ଟିକସ ଲାଗୁ ହୁଏ ନାହିଁ। ସାଂସଦମାନଙ୍କୁ ଦରମା ବ୍ୟତୀତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିଥାଏ, ଯାହା ସେମାନଙ୍କ ପରିବାର ଲୋକଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ। ଏଥିରେ ପତ୍ନୀଙ୍କ ପାଇଁ ମାଗଣା ବିମାନ ଯାତ୍ରା, ଅସୀମିତ ଟ୍ରେନ ଯାତ୍ରା, ସଂସଦ ଅଧିବେଶନ ସମୟରେ ଘରୁ ଦିଲ୍ଲୀ ପର୍ଯ୍ୟନ୍ତ ୮ଟି ବିମାନ ଯାତ୍ରା, ୫୦,୦୦୦ ୟୁନିଟ୍ ମାଗଣା ବିଜୁଳି, ୧ ଲକ୍ଷ ୭୦ ହଜାର ଟଙ୍କା ମାଗଣା ଟେଲିଫୋନ କଲ୍ ଏବଂ ସରକାରୀ ବଙ୍ଗଳା ଭଳି ସୁବିଧା ଅନ୍ତର୍ଭୁକ୍ତ।
ଏହି ଦରମା ବୃଦ୍ଧି ପ୍ରସ୍ତାବକୁ ସଂସଦରେ ଉଭୟ ଶାସକ ଓ ବିରୋଧୀ ଦଳ ସମର୍ଥନ କରିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରେ ଏକ ବିଜ୍ଞପ୍ତି ପ୍ରକାଶ କରି ଏହି ବୃଦ୍ଧିର ବିବରଣୀ ଦିଆଯାଇଛି।