ଓଡ଼ିଶାରେ ବିଜୁଳି ଦର ଅପରିବର୍ତ୍ତିତ: ସ୍ମାର୍ଟ ମିଟର ରେଣ୍ଟ ଛାଡ଼ ଘୋଷଣା
ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ (OERC) ରାଜ୍ୟରେ ବିଦ୍ୟୁତ ଦର ଅପରିବର୍ତ୍ତିତ ରଖିବା ସହ କେତେକ ରିହାତି ଘୋଷଣା କରିଛି। ସାଧାରଣ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଦର ବୃଦ୍ଧି ହୋଇନାହିଁ ବୋଲି OERC ପ୍ରେସ ନୋଟରେ ଘୋଷଣା କରାଯାଇଛି।
ମୁଖ୍ୟ ଘୋଷଣାଗୁଡ଼ିକ:
- ୨ କିଲୋୱାଟ୍ ପର୍ଯ୍ୟନ୍ତ ସ୍ମାର୍ଟ ମିଟର ରେଣ୍ଟ୍ ଛାଡ଼ କରାଯାଇଛି (ପୂର୍ବରୁ ୬୦ ଟଙ୍କା ଚାର୍ଜ ଥିଲା)
- ଡିଜିଟାଲ୍ ପେମେଣ୍ଟରେ ୪% ରିହାତି ଜାରି
- ପ୍ରିପେଡ୍ ବିଲ୍ ପେମେଣ୍ଟ କଲେ ୪% ରିହାତି
- ଇ-ବିଲ୍ ବ୍ୟବହାର କଲେ ପ୍ରତି ବିଲରେ ୧୦ ଟଙ୍କା ରିହାତି
- ୧୦ କିଲୋୱାଟ୍ ରୁ ଅଧିକ ବ୍ୟବହାର କରୁଥିବା ସ୍ମାର୍ଟ ମିଟର ଗ୍ରାହକଙ୍କୁ ୟୁନିଟ ପିଛା ୨୦ ପଇସା ରିହାତି
ବିଦ୍ୟୁତ ଦର ଢାଞ୍ଚା:
- ୫୦ ୟୁନିଟ୍ ପର୍ଯ୍ୟନ୍ତ: ୟୁନିଟ୍ ପିଛା ୨.୯୦ ଟଙ୍କା
- ୫୦-୨୦୦ ୟୁନିଟ୍: ୟୁନିଟ୍ ପିଛା ୪.୭୦ ଟଙ୍କା
- ୨୦୦-୪୦୦ ୟୁନିଟ୍: ୟୁନିଟ୍ ପିଛା ୫.୭୦ ଟଙ୍କା
- ୪୦୦+ ୟୁନିଟ୍: ୟୁନିଟ୍ ପିଛା ୬.୧୦ ଟଙ୍କା
ଅନ୍ୟାନ୍ୟ ସୁବିଧା:
- କୃଷି କ୍ଷେତ୍ରରେ ପିକ ସମୟରେ (ସନ୍ଧ୍ୟା ୬ଟାରୁ ରାତି ୧୨ଟା) ୟୁନିଟ୍ ପିଛା ୩୦ ପଇସା ଅତିରିକ୍ତ ଚାର୍ଜ
- ଶିଳ୍ପ ଗ୍ରାହକଙ୍କ ପାଇଁ ଇଏଚଟି ଲେବଲରେ ୟୁନିଟ୍ ପିଛା ୨୦ ପଇସା ରିହାତି
- ଏଟିସି ଲସ୍ ୧୮.୭୯%ରୁ କମାଇ ୧୭.୩୩% କରାଯାଇଛି
OERC ର ତଥ୍ୟ ଅନୁଯାୟୀ, ରାଜ୍ୟରେ ବିଦ୍ୟୁତ ଚାହିଦା ୪୧,୩୨୧ MU ଥିବାବେଳେ ଗ୍ରିଡ୍କୋ ପାଖରେ ୪୮,୩୧୮ MU ବିଦ୍ୟୁତ ଉପଲବ୍ଧ ଅଛି। ବିଦ୍ୟୁତ ବିତରକ କମ୍ପାନୀଗୁଡ଼ିକ ୩୩,୩୮୯ MU ବିଦ୍ୟୁତ ବିକ୍ରି କରିଛନ୍ତି।