ନିର୍ବାହୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍: କୋଟି କୋଟି ଟଙ୍କା ଓ ସମ୍ପତ୍ତି ଠାବ
ଭୁବନେଶ୍ୱର (ସଂକେତ ଟିଭି): ଖୋର୍ଧା ଜିଲ୍ଲା ଜଟଣୀ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଆଧାରରେ ଭିଜିଲାନ୍ସ ବିଭାଗ ଆଜି ଚଢାଉ କରିଛି । ସୂର୍ଯ୍ୟମଣିଙ୍କ ଗଂଜାମ ଜିଲ୍ଲାର ସୋରଡା ସ୍ଥିତ ପୈତୃକ ଘର, ଜଟଣୀ ପୌରପାଳିକା କାର୍ଯ୍ୟାଳୟ, ଭୁବନେଶ୍ୱର ଓ ବ୍ରହ୍ମପୁରର ବାସଭବନ ସମେତ ୧୦ଟି ସ୍ଥାନରେ ଏକାସାଙ୍ଗରେ ଚଢାଉ କରାଯାଇଛି।
ତାଙ୍କ ଘରେ ମିଳିଥିବା ବିଡ଼ାବିଡ଼ା ଟଙ୍କା ଗଣନା ପାଇଁ ଟଙ୍କା ଗଣା ଯନ୍ତ୍ର ଆଣିବାକୁ ପଡ଼ିଥିଲା ଏବଂ ଭୁବନେଶ୍ୱରର ଜାଗମାରା, ଖାରବେଳନଗର ଓ ଡେଲ୍ଟା ସ୍କୋୟାରରେ ୩ଟି ଫ୍ଲାଟ୍, ଭୁବନେଶ୍ୱର ଓ ବ୍ରହ୍ମପୁରରେ ୧୧ଟି ପ୍ଲଟ୍, ୧୫୦ ଗ୍ରାମ ସୁନା, ଗୋଟିଏ କାର୍ ଓ ୨୦ଟି ବ୍ୟାଙ୍କ ଆକାଉଣ୍ଟ ଉଦ୍ଧାର କରାଯାଇଛି।
ଭିଜିଲାନ୍ସ ଜଜଙ୍କ ନିର୍ଦ୍ଦେଶକ୍ରମେ ୯ ଜଣ ଡିଏସପି, ୪ ଜଣ ଇନ୍ସପେକ୍ଟର ଓ ୧୦ରୁ ଅଧିକ ASI ଏହି ତଦନ୍ତ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ସୂର୍ଯ୍ୟମଣି ନିଜ ଆୟ ସ୍ରୋତର ଅନୁପାତରେ ଅତ୍ୟଧିକ ସମ୍ପତ୍ତି ଅଧିଗ୍ରହଣ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ହାତକୁ ନେଇଥିବା ବେଳେ ଉଦ୍ଧାରିତ ସମ୍ପତ୍ତିର ମୂଲ୍ୟାୟନ ଓ ଦଲିଲ ଯାଞ୍ଚ ଚାଲିଛି। ବର୍ତ୍ତମାନ ସେ ଖୋର୍ଦ୍ଧା ପୌରପାଳିକାରେ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି ।