FeaturedLatestNews

ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନଙ୍କ ଶପଥଗ୍ରହଣ

ଭୁବନେଶ୍ୱର (ସଂକେତ ଟିଭି): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍ ହରିଶ ଟଣ୍ଡନ ଆଜି ଶପଥଗ୍ରହଣ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ (ହରିବାବୁ କମ୍ଭମପତି)ଙ୍କ ଉପସ୍ଥିତିରେ ହାଇକୋର୍ଟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଜଷ୍ଟିସ୍ ଟଣ୍ଡନ ପଦ ଓ ଗୋପନୀୟତାର ଶପଥ ଗ୍ରହଣ କରିଛନ୍ତି।

ଏହି ଶପଥଗ୍ରହଣ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସହିତ ହାଇକୋର୍ଟର ବିଚାରପତିମାନେ, ଆଡଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ବରିଷ୍ଠ ଆଇନଜୀବୀ ଓ ଅବସରପ୍ରାପ୍ତ ବିଚାରପତିମାନେ ଉପସ୍ଥିତ ଥିଲେ।

ଜଷ୍ଟିସ୍ ଟଣ୍ଡନଙ୍କୁ ଓଡ଼ିଶା ହାଇକୋର୍ଟର ୩୫ତମ ମୁଖ୍ୟ ବିଚାରପତି ଭାବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଯୁକ୍ତି ଦେଇଥିଲେ। ସୁପ୍ରିମ୍ କୋର୍ଟ କଲେଜିୟମ୍ କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ତାଙ୍କୁ ଏହି ଦାୟିତ୍ୱ ପାଇଁ ସୁପାରିସ କରିଥିଲା।

ଜଷ୍ଟିସ୍ ଟଣ୍ଡନଙ୍କ ପରିଚୟ:

  • ଜନ୍ମ: ୧୬ ନଭେମ୍ବର ୧୯୬୪
  • ଶିକ୍ଷା: କଲିକତା ବିଶ୍ୱବିଦ୍ୟାଳୟରୁ ୧୯୮୯ରେ ଏଲ୍ଏଲ୍ବି
  • ଆଇନ ଜୀବନ: ୧୯୮୯ରେ ଆଇନଜୀବୀ ଭାବେ କ୍ୟାରିଅର୍ ଆରମ୍ଭ, କଲିକତା ହାଇକୋର୍ଟ, ସିଟି ସିଭିଲ୍ କୋର୍ଟ ଓ ସୁପ୍ରିମ୍ କୋର୍ଟରେ ଅନୁଭବ
  • ବିଚାରପତି ଭାବେ: ୨୦୧୦ରେ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି