FeaturedLatestNews

ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍ ଉପରେ ପଥରମାଡ଼, ୩ ଯାତ୍ରୀ ଆହତ

ରାଉରକେଲା (ସଂକେତ ଟିଭି): ବୁଧବାର ଦିନ ପୁରୀ-ରାଉରକେଲା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଉପରେ ଅଜ୍ଞାତ ଦୁର୍ବୃତ୍ତମାନେ ପଥରମାଡ଼ କରିଛନ୍ତି। ଏହି ଘଟଣା କଲୁଙ୍ଗା ଷ୍ଟେସନ ନିକଟରେ ଘଟିଥିବା ବେଳେ ଟ୍ରେନ୍ର ଦୁଇଟି କୋଚ୍ ର ଝରକା କାଚ ଭାଙ୍ଗି ଯାଇଛି। ପଥରମାଡ଼ ପରେ ଟ୍ରେନ୍ ଭିତରେ ଥିବା ଯାତ୍ରୀମାନେ ଆତଙ୍କିତ ହୋଇପଡ଼ିଥିଲେ ଏବଂ ତିନି ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ରେଳବାଇ ସୂତ୍ର ଜଣାଇଛି।

ରେଳ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ତୁରନ୍ତ ତଦନ୍ତ ଆରମ୍ଭ କରାଯାଇଛି। ଜିଆର୍ପି ଓ ଆର୍ପିଏଫ ବାହିନୀ ଘଟଣାର କାରଣ ଓ ଦୋଷୀଙ୍କୁ ଖୋଜିବାରେ ଲାଗିଛନ୍ତି। ରାଉରକେଲା ଷ୍ଟେସନରେ ପହଞ୍ଚିବା ପରେ କ୍ଷତିଗ୍ରସ୍ତ କାଚକୁ ପ୍ଲାଷ୍ଟର ଲଗାଇ ମରାମତି କରାଯାଇଛି। ଏହି ରୁଟ୍ ରେ ବନ୍ଦେ ଭାରତ ଟ୍ରେନ୍ ଉପରେ ଏହା ପ୍ରଥମ ପଥରମାଡ଼ ଘଟଣା ଭାବେ ଚିହ୍ନିତ ହୋଇଛି।

ଯାତ୍ରୀ ସୁରକ୍ଷା ନେଇ ରେଳବାଇ ପକ୍ଷରୁ ଆଶ୍ୱାସନ ଦିଆଯାଇଛି। ଆହତ ଯାତ୍ରୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ସେବା ପ୍ରଦାନ କରାଯାଇଥିବା ବେଳେ ଟ୍ରେନ୍ ଯାତ୍ରା ପୁନର୍ବାର ସ୍ୱାଭାବିକ କରାଯାଇଛି। ରେଳବାଇ ପ୍ରଶାସନ ଏହି ଧରଣର ଘଟଣା ପୁନରାବୃତ୍ତି ରୋକିବା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ପଦକ୍ଷେପ ନେଇଛି।

ସ୍ଥାନୀୟ ପ୍ରଶାସନ ଏବଂ ରେଳବାଇ ପ୍ରଶାସନ ମିଳିତ ଭାବରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛନ୍ତି। ଏହି ଧରଣର ଘଟଣା ଭବିଷ୍ୟତରେ ନଘଟିବା ପାଇଁ ସଚେତନତା ବଜାୟ ରଖିବାକୁ ଅଧିକାରୀମାନେ ନିବେଦନ କରିଛନ୍ତି। ଦୋଷୀଙ୍କୁ ଦ୍ରୁତ ଗତିରେ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ପକ୍ଷରୁ ଆଶ୍ୱାସନ ଦିଆଯାଇଛି।