FeaturedLatestNews

ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ତାତି ନେଇ ଓ୍ବାର୍ନିଂ ଜାରି

ଭୁବନେଶ୍ୱର (ସଂକେତ ଟିଭି): ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ଆଗାମୀ ତିନି ଦିନ ପାଇଁ ହିଟ୍ୱେଭ୍ ସତର୍କତା (ୟେଲୋ ୱାର୍ନିଂ) ଜାରି କରାଯାଇଛି। ଏହି ସମୟରେ ତାପମାତ୍ରା ୨ରୁ ୪ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି କୁହାଯାଇଛି। ଶୁକ୍ରବାର ଦିନ କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତାହାଠାରୁ ଅଧିକ ରହିବାର ସମ୍ଭାବନା ରହିଛି। କେତେକ ଜିଲ୍ଲାପାଇଁ ହିଟ୍ୱେଭ୍ ୱାର୍ନିଂ ମଧ୍ୟ ଜାରି କରାଯାଇଛି।

୨୮ ମାର୍ଚ୍ଚ: ସମ୍ବଲପୁର ଏବଂ ବୌଦ୍ଧ ଜିଲ୍ଲାପାଇଁ ୟେଲୋ ୱାର୍ନିଂ।

୨୯ ମାର୍ଚ୍ଚ: ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାପାଇଁ ସତର୍କତା।

୩୦ ମାର୍ଚ୍ଚ: ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାପାଇଁ ୟେଲୋ ଆଲର୍ଟ।

ତାପମାତ୍ରା ୩୦ ମାର୍ଚ୍ଚ ପରେ ୨ ଡିଗ୍ରୀ କମିବ ବୋଲି ଆକଳନ କରାଯାଇଛି। ଏହି ସମୟରେ ରାତିରେ ମଧ୍ୟ ତାପମାତ୍ରା ବଢ଼ିବ। ଅନ୍ୟପକ୍ଷେ, ଆଗାମୀ ୨ ଅପ୍ରେଲ୍ ବେଳକୁ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲୋକଙ୍କୁ ଉଚିତ ସତର୍କତା ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି।