୬୦ ଫୁଟ୍ ଉଚ୍ଚ ପୋଲରୁ ଖସିପଡି ଗଛରେ ଝୁଲି ରହିଲା ୧୦୮ ଆମ୍ବୁଲାନ୍ସ
ମୟୁରଭଞ୍ଜ (ସଂକେତ ଟିଭି): ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅନ୍ତର୍ଗତ ସୋନ ପୋଲରେ ଗୁରୁବାର ରାତିରେ ଏକ ୧୦୮ ଆମ୍ବୁଲାନ୍ସ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ଆମ୍ବୁଲାନ୍ସଟି ପୋଲରୁ ୬୦ ଫୁଟ୍ ତଳକୁ ଖସିପଡିବା ସମୟରେ ଏକ ବଡ଼ ଗଛରେ ବାଡେଇ ହୋଇ ଝୁଲି ରହିଥିଲା। ଭାଗ୍ୟବଶତଃ ଆମ୍ବୁଲାନ୍ସରେ ଥିବା ତିନି କର୍ମଚାରୀ କ୍ଷତିରୁ ରକ୍ଷା ପାଇଥିଲେ।
ଘଟଣା ସମୟରେ ଉଦଳା ଥାନା ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏହି ଆମ୍ବୁଲାନ୍ସଟି କୁଆମରା ଅଞ୍ଚଳରୁ ଜଣେ ରୋଗୀକୁ ବାଲେଶ୍ୱର ଜିଲ୍ଲା ମେଡିକାଲ ନେଇଥିଲା। ରାତି ୨ଟାରେ ରୋଗୀକୁ ଛାଡି ଫେରିବାବେଳେ ସୋନ ପୋଲରେ ଆମ୍ବୁଲାନ୍ସଟି ନିୟନ୍ତ୍ରଣ ହରାଇ ଭାରସାମ୍ୟ ହରାଇଥିଲା। ସ୍ଥାନୀୟ ପୋଲିସ୍ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭର, ହେଲ୍ପର ଏବଂ ଫାର୍ମାସିଷ୍ଟଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।