CrimeFeaturedLatestNews

ପୋଲିସ ବାବୁଙ୍କ ପ୍ରେମ ପ୍ରତାରଣା, ଯୁବତୀକୁ ବିବାହ ପ୍ରତିଶୃତି ଦେଇ ଛଳନା, ଶେଷରେ ଗିରଫ

ବାଲିଆପାଳ( ଉମାକାନ୍ତ ନାୟକ): ବାଲେଶ୍ୱର ଜିଲ୍ଲାର ବାଲିଆପାଳଠାରେ ଏକ ପ୍ରେମ ପ୍ରତାରଣାର ଘଟଣା ଚର୍ଚ୍ଚାରେ ରହିଛି। ବିଇଡି ପଢୁଥିବା ଏକ ଯୁବତୀକୁ ଜଣେ ପୋଲିସ ସବ୍-ଇନିସ୍ପେକ୍ଟର ଧୋକା ଦେବାର ଅଭିଯୋଗ ହୋଇଛି।

୨୦୧୭ ମସିହାରେ ବାଲିଆପାଳ ଶାରୀରିକ ଶିକ୍ଷା ମହାବିଦ୍ୟାଳୟରେ BPEd ପଢୁଥିବା ଯୁବତୀ ଜଣକ ବଡ଼ତଳପଦା ଗ୍ରାମର ବିଜୟ କୁମାର ସାହୁଙ୍କୁ ପ୍ରେମ କରିଥିଲେ। ବିଜୟ ସେତେବେଳେ ପୋଲିସ ବିଭାଗରେ ସବ୍-ଇନ୍ସପେକ୍ଟର (SOG) ଟ୍ରେନିଂରେ ଥିଲେ। ପରବର୍ତ୍ତୀ ସମୟରେ ଉଭୟେ ମନ୍ଦିରରେ ବିବାହ କରିଥିଲେ ଏବଂ ଶାରୀରିକ ସମ୍ପର୍କ ରଖିଥିଲେ।

ବିଜୟ ଚାକିରୀ ପାଇବା ପରେ ଯୁବତୀକୁ ସ୍ତ୍ରୀ ଭାବେ ଘରକୁ ନେବେ ବୋଲି ପ୍ରତିଶୃତି ଦେଇଥିଲେ। ମାତ୍ର ଚାକିରୀ ପାଇବା ପରେ ସେ ବିବାହ କରିବେ ନାହିଁ ବୋଲି ମନା କରିଦେଇଛନ୍ତି। ଏହାପରେ ଯୁବତୀ ଗତ ଡିସେମ୍ବର ମାସରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ନଭେମ୍ବର ୧୬, ୨୦୨୪ରେ ଲିଖିତ ଅଭିଯୋଗ ପରେ ବାଲିଆପାଳ ପୋଲିସ ବିଜୟ ସାହୁଙ୍କୁ ଗିରଫ କରିଛନ୍ତି। ସେ ମାଲକାନଗିରି ଜିଲ୍ଲାରେ ସବ୍-ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଥିଲେ। ପ୍ରେମ, ଯୌନ ସମ୍ପର୍କ ଓ ପରବର୍ତ୍ତୀ ସମୟରେ ଧୋକା ଖାଇବା ପରେ ଯୁବତୀ ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ଏହି ଘଟଣା ଉପରେ ପୋଲିସ ତଦନ୍ତ ଚଳାଇଛି।