BusinessFeaturedGeneralLatest

ବିକ୍ରି ହୋଇଗଲା ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’

ମୁମ୍ବାଇ (ସଂକେତ ଟିଭି): ବିଶ୍ବର ସର୍ବାଧିକ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଏଲନ୍ ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ (ପୂର୍ବରୁ ଟ୍ୱିଟର)କୁ ବିକ୍ରି କରିଛନ୍ତି। ଏହି ପ୍ଲାଟଫର୍ମକୁ ମସ୍କଙ୍କ ନିଜସ୍ୱ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) କମ୍ପାନି ‘xAI’ କିଣିଛି। ଏହି ଡିଲ୍ ପ୍ରାୟ ୩୩ ବିଲିୟନ ଡଲାର (ଭାରତୀୟ ମୁଦ୍ରାରେ ୨ ଲକ୍ଷ ୮୨ ହଜାର କୋଟି ଟଙ୍କା)ରେ ସମ୍ପନ୍ନ ହୋଇଛି।

ଏକ୍ସ ପ୍ଲାଟଫର୍ମକୁ କିଣିବା ପାଇଁ xAI ନିଜ ଷ୍ଟକ୍ ବ୍ୟବହାର କରିଛି। ଏହି ଚୁକ୍ତି ଅନୁଯାୟୀ, xAIର ବର୍ତ୍ତମାନ ମୂଲ୍ୟ ୮୦ ବିଲିୟନ ଡଲାର ଏବଂ ଏକ୍ସର ମୂଲ୍ୟ ୪୫ ବିଲିୟନ ଡଲାର ରହିଛି। ଏଥିରେ ୧୨ ବିଲିୟନ ଡଲାର ଋଣ ମଧ୍ୟ ଅନ୍ତର୍ଭୁକ୍ତ ଅଛି। ଏଲନ୍ ମସ୍କ ନିଜ ଏକ୍ସ ହ୍ୟାଣ୍ଡଲ୍ ରେ ଏହି ତଥ୍ୟ ଶେୟାର କରିଛନ୍ତି।

xAI ୨୦୨୩ ମସିହାରେ ପ୍ରତିଷ୍ଠା ହୋଇଥିଲା ଏବଂ ଏହାର AI ଚାଟବଟ୍ ‘ଗ୍ରୋକ୍’ ବିଶ୍ୱବ୍ୟାପୀ ଲୋକପ୍ରିୟ ହୋଇଛି। ଏହି ଡିଲ୍ ପରେ, ଏକ୍ସ ଏବଂ xAI ମିଳିତ ଭାବେ ଆହୁରି ନୂତନ ଟେକ୍ନୋଲୋଜି ଆଣିବାର ଯୋଜନା ରଖିଛନ୍ତି। ତଥାପି, ଏହି ଚୁକ୍ତି ସମ୍ପର୍କରେ ଦୁଇଟି କମ୍ପାନିର ପ୍ରତିନିଧିମାନେ ଅଧିକ ବିବରଣୀ ଦେଇନାହାନ୍ତି।