ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଭବାନୀପାଟଣାରେ ଆଜି ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଯୋଜନାର ଉଦ୍ଘାଟନ କରି ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବାଣ୍ଟିଛନ୍ତି। ଏହି ଯୋଜନା ଅଧୀନରେ ପରବର୍ତ୍ତୀ ୩ ବର୍ଷରେ ୭,୫୫୦ କୋଟି ଟଙ୍କା ଖର୍ଚ୍ଚ ହେବ। ରାଜ୍ୟର ୫୦ ହଜାରରୁ ଅଧିକ ଗରୀବ ପରିବାର ଏଥିରୁ ଲାଭାନ୍ୱିତ ହେବେ। ଭିନ୍ନକ୍ଷମ, ବିଧବା, ରୋଗାକ୍ରାନ୍ତ, ଶହୀଦ ପରିବାର, ଘରପୋଡ଼ି ପୀଡ଼ିତ, ହାତୀ ଉପଦ୍ରବ ଏବଂ ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ଏହି ଯୋଜନାରେ ଅଗ୍ରାଧିକାର ଦିଆଯିବ।
ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି, “ଏହି ଯୋଜନା ଜରିଆରେ ରାଜ୍ୟର ସବୁଠାରୁ ଦରିଦ୍ର ପରିବାରଙ୍କୁ ପକ୍କା ଘର ଉପଲବ୍ଧ କରାଇବା ଆମର ଲକ୍ଷ୍ୟ। ଯୋଗ୍ୟ ଲୋକଙ୍କୁ ଚିହ୍ନଟ କରି ଶୀଘ୍ର କାର୍ଯ୍ୟକାରୀ କରାଯିବ।” ଏହି ଅବସରରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଜିଲ୍ଲାର ଉନ୍ନୟନ ପାଇଁ ୬୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ଏହା କାର୍ଯ୍ଯକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ ସହିତ ଅନେକ ଜିଲ୍ଲା ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ସ୍ଥଳୀରେ ୧୭ ପ୍ଲାଟୁନ୍ ପୋଲିସ ବଳ ମୁତୟନ କରାଯାଇଥିଲା।