ଟ୍ରେନ ଚଢ଼ିବା ସମୟରେ ଖସି ପଡିଲେ ଯାତ୍ରୀ, କଟି ଗଲା ଦୁଇ ଗୋଡ
ବାଲେଶ୍ୱର (ସଂକେତ ଟିଭି) : ବାଲେଶ୍ବର ଜିଲ୍ଲା ଜଳେଶ୍ୱର ରେଳଷ୍ଟେସନରେ ଜଳେଶ୍ୱର-ହାଓଡ଼ା ମେମୁ ଟ୍ରେନ ଚଢ଼ିବା ସମୟରେ ଜଣେ ଯାତ୍ରୀ ଟ୍ରେନରୁ ଖସି ପଡ଼ି ଦୁଇ ଗୋଡ ହରାଇଛନ୍ତି । ଆହତ ଯାତ୍ରୀଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଜଳେଶ୍ୱର ସ୍ଥିତ ଜିକେ ଭଟ୍ଟର ଡାକ୍ତରଖାନାକୁ ଭର୍ତ୍ତି କରାଯାଇଛି।
ଆହତ ଯାତ୍ରୀ ନିମାଇଁ ଜେନା ପୂର୍ବ ମେଦିନୀପୁର ଜିଲ୍ଲାର ପଟାସପୁର ଥାନା ଅନ୍ତର୍ଗତ ପଦିମା ଗ୍ରାମର ବାସିନ୍ଦା। ସେ କୋଲକାତାରେ ଚାକିରି କରୁଛନ୍ତି। ଆଜି ସେ ନିଜ ପତ୍ନୀ ଏବଂ ଝିଅ ସହିତ ବସ୍ତା ବ୍ଲକ ଅନ୍ତର୍ଗତ ଭେଲୋରା ବାରୁଣୀ ମେଳା ଦେଖିବାକୁ ଆସିଥିଲେ । ଆଜି ସେ ଜଳେଶ୍ୱରରୁ ହାଓଡ଼ା ଯାତ୍ରା କରିବାକୁ ଟ୍ରେନ ଚଢ଼ୁଥିଲେ। ଚଢ଼ିବା ସମୟରେ ହଠାତ୍ ଖସି ପଡ଼ିବା ଫଳରେ ଏହି ଦୁର୍ଘଟଣା ଘଟିଛି।