BusinessLatestNews

ଶିଳ୍ପପତି ହିମାଂଶୁ ଦାସଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ସଭା ଓ ରକ୍ତଦାନ ଶିବିର

ବାଲେଶ୍ବର (ସଂକେତ ଟିଭି): ବାଲେଶ୍ୱରର ବିଶିଷ୍ଟ ଶିଳ୍ପପତି ଓ ସାମାଜିକ କାର୍ଯ୍ୟକର୍ତ୍ତା ହିମାଂଶୁ ଦାସଙ୍କ ଜୟନ୍ତୀ ଅବସରରେ ଗୁରୁବାର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବାଲେଶ୍ୱର ମର୍ଡନ ପବ୍ଲିକ ସ୍କୁଲରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିବା ବେଳେ ହୋଟେଲ ହରିପ୍ଲାଜାରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା।

ଆଜି ସକାଳୁ ବାଲେଶ୍ବର ମର୍ଡନ ପବ୍ଲିକ ସ୍କୁଲର ଟେନିସ କୋର୍ଟଠାରେ ଥିବା ଶ୍ରୀ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହିତ ସେଠାରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସ୍କୁଲ ପରିଚାଳନା କମିଟିର ସାଧାରଣ ସଂପାଦକ ଶଶି ଭୂଷଣ ମିଶ୍ର, ହିମାଂଶୁ ଦାସଙ୍କ ପୁତ୍ର ସଞ୍ଜୟ ଦାସ ଓ ସଂଗ୍ରାମ ଦାସ, ବାଲେଶ୍ୱର ଟେନିସ ଆସୋସିଏସନର ସଦସ୍ୟ କିଶନ ସାହୁ, ସମଥମ୍ ପ୍ରସାଦ, ମୁକ୍ତେଶ ମଚ୍ଚର ଓ ସେକ୍ ଅସଲମ୍ , ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ତଥା ଛାତ୍ରଛାତ୍ରୀମାନେ ଯୋଗଦାନ କରିଥିଲେ। ବକ୍ତାମାନେ ଶ୍ରୀ ଦାସଙ୍କ ଶିଳ୍ପ କ୍ଷେତ୍ରରେ ଅବଦାନ, ସାମାଜିକ ଦାୟିତ୍ୱବୋଧ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ପ୍ରେରଣାଦାୟୀ ଭୂମିକାକୁ ସ୍ମରଣ କରିଥିଲେ।

ସେହିପରି ହୋଟେଲ ହରିପ୍ଲାଜରେ ହରି ଗୃପ ଅଫ ଇଣ୍ଡଷ୍ଟ୍ରିଜ ପକ୍ଷରୁ ଏକ ମେଗା ରକ୍ତଦାନ ଶିବରର ଆୟୋଜନ କରାଯାଇଥିଲା । ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ରଙ୍କ ଦ୍ବାରା ଉଦଘାଟିତ ଏହି ଶିବିରରେ ୧୦୩ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସହରର ବହୁ ଗଣମାନ୍ୟ ବ୍ୟକ୍ତି ଏଥିରେ ସକ୍ରିୟ ଭାବରେ ଭାଗ ନେଇଥିଲେ।

ବାଲେଶ୍ୱରର ଶିଳ୍ପ କ୍ଷେତ୍ରରେ ହିମାଂଶୁ ଦାସଙ୍କ ଭୂମିକା ଅତୁଳନୀୟ ଥିଲା। ସେ ହରି ପ୍ଲାଷ୍ଟ, ହରି ମେରାଇଲ, ହରି ପ୍ଲାଜା, ହରି ମୋଟର୍ସ ଆଦି ଉଦ୍ୟୋଗର ପ୍ରତିଷ୍ଠାତା ଥିଲେ। ବାଲେଶ୍ୱର ଚାମ୍ବର ଅଫ୍ ଇଣ୍ଡଷ୍ଟ୍ରି ଏଣ୍ଡ କମର୍ସର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ। ତାଙ୍କ ନେତୃତ୍ୱରେ ଅନେକ ଉଦ୍ୟୋଗିକ ପ୍ରକଳ୍ପ ଗଠିତ ହୋଇଥିଲା ଏବଂ ସେ ସାମାଜିକ କାର୍ଯ୍ୟକ୍ରମ ପାଇଁ ମଧ୍ୟ ପ୍ରସିଦ୍ଧି ଅର୍ଜନ କରିଥିଲେ । ଜଣେ ମେଳାପି ଓ ସମୟାନୁବର୍ତ୍ତୀ ଶିଳ୍ପପତି ଭାବେ ସେ ସାରା ରାଜ୍ୟରେ ପରିଚିତ ଥିଲେ। ଏହା ସହିତ ବାଲେଶ୍ବର ଜିଲ୍ଲା ଟେନିସ ଆସୋସିଏସନ ସହିତ ବହୁ ସଂଗଠନର ସେ ସଭାପତି କିମ୍ବା ପୃଷ୍ଠପୋଷକ ଥିଲେ । ଶିକ୍ଷାର ପ୍ରସାର କ୍ଷେତ୍ରରେ ମଧ୍ୟ ତାଙ୍କ ବହୁ ଅବଦାନ ରହିଛି ।