ଦୁଇ ଯୁବକଙ୍କୁ ଆକ୍ରମଣ କରି ଟଙ୍କା ଓ ବାଇକ ଲୁଟ୍
ବାଲେଶ୍ୱର (ସଂକେତ ଟିଭି): ଦୁଇ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ୩୦ ହଜାର ଟଙ୍କା ଓ ଗାଡ଼ି ଲୁଟି ନେଲେ ଦୁର୍ବୁତ୍ତ । ଗତକାଲି ରାତିରେ ବାଲେଶ୍ୱର ଜିଲ୍ଲାର ଗୋପାଳପୁର ଡିଫେନ୍ସ ରାସ୍ତାର ଶ୍ରୀଜଙ୍ଗ ନିକଟସ୍ଥ ଯୋଡ଼ିପୋଲ ଅଞ୍ଚଳରେ ଦୁଇ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ କରି ୩୦ ହଜାର ଟଙ୍କା ଓ ଗାଡ଼ି ଲୁଟି ନେଇଥିବା ଘଟଣା ଘଟିଛି। ଏହି ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ରାତିରେ ବାରାହାପୁର ନିବାସୀ ବିଶ୍ୱଜିତ୍ ସାହୁ (୩୧) ଓ ଖରିଦା ବାସୀ ଜିତେଶ ବେହେରା (୩୨) ବାଲେଶ୍ୱରରୁ ଅଫିସ୍ କାମ ସାରି ବାଇକରେ ଘରକୁ ଫେରୁଥିଲେ। ବାଟରେ ଶ୍ରୀଜଙ୍ଗ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ସେମାନଙ୍କ ବାଇକ ଆଗରେ ଅଟକିଥିଲେ। ପରେ ସେମାନେ ଖଣ୍ଡାରେ ଆକ୍ରମଣ କରି ବିଶ୍ୱଜିତ୍ଙ୍କୁ ରକ୍ତାକ୍ତ କରିଦେଇଥିଲେ। ଆହତ ହୋଇଥିବାରୁ ବିଶ୍ୱଜିତ୍ ପଳାଇବା ପରେ ଦୁର୍ବୃତ୍ତମାନେ ତାଙ୍କ ପାଖରେ ଥିବା ୩୦ ହଜାର ଟଙ୍କା ଓ ବାଇକ ଲୁଣ୍ଠନ କରି ଫେରାର ହୋଇଯାଇଥିଲେ।
ଆକ୍ରମଣରେ ଜିତେଶ ବେହେରା ହେଲମେଟ ପିନ୍ଧିଥିବାରୁ ସାମାନ୍ୟ ଆଘାତ ପାଇଥିଲେ। ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ଗୋପାଳପୁର ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ବିଶ୍ୱଜିତଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ସଦର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଗୋପାଳପୁର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।