FeaturedLatestNews

ବାଲେଶ୍ବର ରିଜର୍ଭ ପୋଲିସ ବାରାକରେ ଆତ୍ମହତ୍ୟା କଲେ ମହିଳା କନେଷ୍ଟବଲ୍ 

ବାଲେଶ୍ଵର(ସଂକେତ ଟିଭି): ବାଲେଶ୍ଵର ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା କନେଷ୍ଟବଲ୍ ଆତ୍ମହତ୍ୟା କରିଛନ୍ତି। ମୃତକା ଯଶୋଦା ଦାସ (୨୩) ରେମୁଣା ଅଞ୍ଚଳର ମନ୍ଦାରପୁର ଗ୍ରାମର ବାସିନ୍ଦା ଥିଲେ। ଯଶୋଦା ଆଜି ସକାଳେ ବାରାକରେ ସମସ୍ତେ ଡ୍ୟୁଟି ଯିବା ପରେ ଏକା ଥିଲେ। ସକାଳ ପ୍ରାୟ ୮ଟାରେ ଯଶୋଦାଙ୍କୁ ବାରାକରେ ନିଜ ରୁମରେ ପଙ୍ଖାରେ ବେକରେ ଓଢଣୀ ଲଗାଇ ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା। ତୁରନ୍ତ ତାଙ୍କର ସହକର୍ମଚାରୀ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ଯଶୋଦାଙ୍କ ଭାଇ ଅଭିଯୋଗ କରିଛନ୍ତି ଯେ, ସୋର ଅଞ୍ଚଳର ଜଣେ ପୋଲିସ କନେଷ୍ଟେବଲଙ୍କ ସହ ତାଙ୍କର ଦୀର୍ଘଦିନ ହେଲା ସମ୍ପର୍କ ଥିଲା। ଏହି ସମ୍ପର୍କକୁ ନେଇ ସେ ମାନସିକ ଚାପରେ ଥିଲେ । ପୋଲିସ ପ୍ରଶାସନ ମୃତଦେହ ପୋଷ୍ଟମର୍ଟମ୍ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ବାଲେଶ୍ଵର ଏସପି ରାଜ ପ୍ରସାଦ କହିଛନ୍ତି, “ଘଟଣାସ୍ଥଳକୁ ଏକ ତଦନ୍ତ ଟିମ୍ ପଠାଯାଇଛି। କନେଷ୍ଟବଳ ମାନସିକ ଅସ୍ଥିରତାରେ ଥିବା ଜଣାପଡିଛି। ବ୍ୟକ୍ତିଗତ କାରଣ ଯୋଗୁଁ ସେ ଏପରି ପଦକ୍ଷେପ ନେଇଛନ୍ତି ବୋଲି ଜଣାପଡିଛି, କିନ୍ତୁ ସଠିକ୍ କାରଣ ଜାଣିବା ପାଇଁ ଅନୁସନ୍ଧାନ ଚାଲିଛି।”