FeaturedLatestNews

ଦୁଇଟି ମୋଟରସାଇକେଲ ମୁହାଁମୁହିଁ ଧକ୍କା: ଜଣେ ମୃତ, ତିନି ଗୁରୁତର

ଭଦ୍ରକ (ସଂକେତ ଟିଭି): ଭଦ୍ରକ ଜିଲ୍ଲାର ଧାମନଗର-ଦୋଭଲ ମୁଖ୍ୟ ସଡ଼କରେ ଜରାନିବାସ ନିକଟରେ ଗତକାଲି ରାତିରେ ଦୁଇଟି ମୋଟରସାଇକେଲର ମୁହାଁମୁହିଁ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି ଏବଂ ତିନିଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି।

ମୃତକ ଜଣକ ହେଲେ ମୁହାଁଣପଡ଼ା ଗ୍ରାମର ଶୁଭପ୍ରକାଶ ସେଠୀ (୨୧) । ଖବର ଅନୁଯାୟୀ, ଧାମନଗରରେ ବିଜୟାଦଶମୀ ନଗର ପରିକ୍ରମା ଦେଖି ଫେରିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ମୋଟରସାଇକେଲ ସହ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଶୁଭପ୍ରକାଶଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଥିଲେ।

ଆହତମାନଙ୍କୁ ପ୍ରଥମେ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା, ମାତ୍ର ସେମାନଙ୍କ ଅବସ୍ଥା ଜଟିଳ ହେତୁ ପରେ କଟକ ଏସସିବି ମେଡିକାଲ କଲେଜ ଆସ୍ପତାଳକୁ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛ ଘଟଣାର ତଦନ୍ତ ଆରମ୍ଭ କରିଛି।