FeaturedGeneralLatestSports

ପ୍ଲଟ କିମ୍ବା ଚାକିରି ନୁହଁ ୪ କୋଟି ଟଙ୍କା ନଗଦ ପୁରସ୍କାର ନେଲେ ଭିନେଶ ଫୋଗାଟ

ନୂଆଦିଲ୍ଲୀ (ସଂକେତ ଟିଭି): ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ପାଇଁ ହରିୟାଣା ସରକାର ତାଙ୍କୁ ତିନୋଟି ବିକଳ୍ପ ଦେଇଥିଲେ, ଯାହା ମଧ୍ୟରୁ ଭିନେଶ ୪ କୋଟି ଟଙ୍କାର ନଗଦ ପୁରସ୍କାରକୁ ବାଛିଛନ୍ତି। ଏହି ସମ୍ପର୍କରେ ସେ ହରିୟାଣା ସରକାରଙ୍କ କ୍ରୀଡ଼ା ବିଭାଗକୁ ଏକ ଆବେଦନ ପତ୍ର ପଠାଇଛନ୍ତି। ରିପୋର୍ଟ ଅନୁଯାୟୀ, ଗତ ମାସରେ ବଜେଟ ସେସନ୍ ସମୟରେ ଭିନେଶ ଏହି ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ, ସରକାର ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିବା ଖେଳାଳିଙ୍କୁ ଯେଉଁ ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ, ମାତ୍ର ୮ ମାସ ପରେ ମଧ୍ୟ ତାଙ୍କୁ ସେହି ସମ୍ମାନ ମିଳିନାହିଁ।

ଏହି ଦାବି ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସାଇନି କହିଥିଲେ ଯେ, ଭିନେଶ ବର୍ତ୍ତମାନ କଂଗ୍ରେସ ବିଧାୟକ ହୋଇଥିବାରୁ ସେ ସରକାରୀ ଚାକିରି ପାଇବାର ଯୋଗ୍ୟ ନୁହଁନ୍ତି। ତଥାପି, ତାଙ୍କୁ ଏକ ପ୍ଲଟ, ଚାକିରି କିମ୍ବା ୪ କୋଟି ଟଙ୍କା ନଗଦ ପୁରସ୍କାର ମଧ୍ୟରୁ ଗୋଟିଏ ବାଛିବାର ବିକଳ୍ପ ଦିଆଯାଇଛି। ଏଥିରେ ଭିନେଶ ନଗଦ ପୁରସ୍କାରକୁ ପସନ୍ଦ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ପ୍ୟାରିସ ଅଲିମ୍ପିକ୍ସରେ ଭିନେଶ ଫୋଗାଟଙ୍କୁ ନିର୍ଦ୍ଧାରିତ ଓଜନ ସୀମାଠାରୁ ୧୦୦ ଗ୍ରାମ ଅଧିକ ଥିବାରୁ ଅଯୋଗ୍ୟ ଘୋଷଣା କରାଯାଇଥିଲା। ଏହି ଘଟଣା ପରେ ସେ କୁସ୍ତି ଜଗତରୁ ଦୂରେଇ ଯାଇଥିଲେ ଏବଂ ରାଜନୀତିରେ ସକ୍ରିୟ ହୋଇଥିଲେ। ୨୦୨୪ ହରିୟାଣା ବିଧାନସଭା ନିର୍ବାଚନରେ ସେ କଂଗ୍ରେସ ଟିକଟରେ ଜୁଲାନା ଆସନରୁ ବିଜୟୀ ହୋଇଥିଲେ। ବର୍ତ୍ତମାନ ସେ ହରିୟାଣା ସରକାରଙ୍କ ପୁରସ୍କାର ପାଇଁ ଚୁକ୍ତି କରିଛନ୍ତି।