FeaturedLatestNews

ଏବର୍ଷ ୧ ଲକ୍ଷ ୫୯ ହଜାର ଲୋକଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର

ଭୁବନେଶ୍ୱର (ସଂକେତ ଟିଭି): ଅନ୍ତ୍ୟୋଦୟ ଗୃହ ଯୋଜନାରେ ଏବର୍ଷ ୧ ଲକ୍ଷ ୫୯ ହଜାର ଲୋକଙ୍କୁ ଘର ପ୍ରଦାନ କରାଯିବ। ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଏନେଇ ସୂଚନା ଦେଇଛନ୍ତି ।

ଏଥିପାଇଁ ବ୍ଲକ୍ ସ୍ତରରେ ମୋଟ ୫୯,୯୩୩ ଜଣ ଭିନ୍ନକ୍ଷମ, ଅସହାୟ ଏବଂ ବନ୍ୟା ବାତ୍ୟାରେ ଘର ହରାଇଥିବା ଲୋକଙ୍କୁ ଚୟନ କରାଯାଇଛି। କେତେକଙ୍କୁ ପୂର୍ବରୁ କାର୍ଯ୍ୟାନୁମତି (ୱାର୍କ ଅର୍ଡର) ପ୍ରଦାନ କରାଯାଇଛି, ଅନ୍ୟମାନଙ୍କୁ ଶୀଘ୍ର ଦିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ଅଧିକାରୀଙ୍କ ମତେ, ଆଉ ୧ ଲକ୍ଷ ହିତାଧିକାରୀଙ୍କ ତାଲିକା ଏହି ମାସ ମଧ୍ୟରେ ସଂଗ୍ରହ କରାଯିବ। ସେଥିପାଇଁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯିବ। ତା’ପରେ ୨ ମାସ ମଧ୍ୟରେ ସମସ୍ତଙ୍କୁ ୱାର୍କ ଅର୍ଡର ମିଳିବ। ଗତ ବର୍ଷ ଯେଉଁ ନିୟମ ଅନୁସାରେ ଘର ଦିଆଯାଇଥିଲା, ସେହି ନିୟମ ଏବେ ମଧ୍ୟ ପ୍ରଯୁଜ୍ୟ ରହିବ।

ଏହି ସହିତ, ଇନ୍ଦିରା ଆବାସ ଯୋଜନାରେ ଘର ପାଇଥିବା ଲୋକଙ୍କୁ ଚିହ୍ନଟ କରି ନିର୍ଦ୍ଦେଶନାମା ଜାରି କରାଯିବ। ମନ୍ତ୍ରୀ ପୁନର୍ବାର ଜୋର ଦେଇ କହିଛନ୍ତି ଯେ, ଏବର୍ଷ ମୋଟ ୧ ଲକ୍ଷ ୫୯ ହଜାର ଲୋକ ଅନ୍ତ୍ୟୋଦୟ ଗୃହ ଯୋଜନାର ଲାଭ ପାଇବେ।