FeaturedLatestNewsPolitics

ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡି ଉପରେ ଆକ୍ରମଣ

ଯାଜପୁର:(ସଂକେତ ଟିଭି) ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଆଜି ରାଜନୈତିକ ହିଂସାର ଘଟଣା ଘଟିଛି। ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଧର୍ମଶାଳା ବ୍ଲକ ଅନ୍ତର୍ଗତ ଆରୁହା ଗାଁରେ ଅନୁଷ୍ଠିତ ହେଉଥିବା ହିଙ୍ଗୁଳା ଯଜ୍ଞକୁ ମାଆଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି।

ଯଜ୍ଞ ସ୍ଥଳକୁ ଯାଉଥିବା ବାଟରେ କିଛି ଲୋକ ପ୍ରଣବଙ୍କୁ ଅଟକାଇ ଠେଙ୍ଗା ଓ ବାଡି ଧରି ଆକ୍ରମଣ କରିଥିଲେ। ସେମାନେ ତାଙ୍କ ଗାଡି ଉପରେ ମଧ୍ୟ ପିଟାପିଟି କରିଥିଲେ, ଯାହାଫଳରେ ସ୍ଥାନରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଆକ୍ରମଣକାରୀମାନେ ପ୍ରଣବଙ୍କ ଉପରେ ଗ୍ରାମ ବିକାଶ ପାଇଁ କାମ ନକରିବାର ଅଭିଯୋଗ କରି ବିରୋଧ କରିଥିବା ଜଣାଯାଏ।

ଘଟଣା ଖବର ପାଇ ଜେନାପୁର ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ। ପୋଲିସ ଉପସ୍ଥିତି ପରେ ପରିସ୍ଥିତି ଶାନ୍ତ ହୋଇଥିବା ବେଳେ ପ୍ରଣବ ବଳବନ୍ତରାୟ ସୁରକ୍ଷିତ ଭାବରେ ଯଜ୍ଞ ସ୍ଥଳକୁ ଯାଇ ମାଆ ହିଙ୍ଗୁଳାଙ୍କୁ ଦର୍ଶନ କରି ଫେରିଛନ୍ତି।

ଏହି ଘଟଣାକୁ ନେଇ ସ୍ଥାନୀୟ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି। ବିପକ୍ଷ ଦଳଗୁଡିକ ଏହାକୁ ରାଜନୈତିକ ହିଂସା ବୋଲି ନିନ୍ଦା କରିଛନ୍ତି, ଯେଉଁଥିରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ନେବା ଉଚିତ୍ ବୋଲି ଦାବି କରାଯାଇଛି।