CulturalFeaturedLatestNews

ଘଟଗାଁ ତାରିଣୀ ମନ୍ଦିର ଉନ୍ନତିରେ ୨୧୫ କୋଟି ଟଙ୍କା ଅନୁଦାନ

କେନ୍ଦୁଝର:(ସଂକେତ ଟିଭି) ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଘଟଗାଁ ମା’ ତାରିଣୀ ମନ୍ଦିର ଦର୍ଶନ କରି ମନ୍ଦିରର ଉନ୍ନତିକରଣ ପାଇଁ ୨୧୫ କୋଟି ଟଙ୍କା ଅନୁଦାନ ଘୋଷଣା କରିଛନ୍ତି। ମା’ଙ୍କ କୃପା ଲାଭ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ଅର୍ଥରେ ମନ୍ଦିରର ବିକାଶ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ।

ପଣା ସଂକ୍ରାନ୍ତିରେ ଭକ୍ତଙ୍କ ଭିଡ଼:
ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମା’ ତାରିଣୀ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମା’ଙ୍କ ୮୯ତମ ଚଇତି ପର୍ବର ଷଷ୍ଠ ଦିନ ଏବଂ ଓଡ଼ିଆ ନବବର୍ଷ ଅବସରରେ ମନ୍ଦିର ପ୍ରାଙ୍ଗଣ ଭକ୍ତଙ୍କରେ ପରିପୂର୍ଣ୍ଣ ହୋଇଛି। ଭକ୍ତଙ୍କ ସୁବିଧା ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, ମାଗଣା ଅନ୍ନପ୍ରସାଦ ଓ ପଣା ବଣ୍ଟନ କରାଯାଇଛି। ଏଥିସହ ଭଜନ, ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ମନ୍ଦିର ପରିସର ଆନନ୍ଦିତ ହୋଇଉଠିଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ଅନୁଦାନ ମା’ ତାରିଣୀ ମନ୍ଦିରର ପରିବେଶ ଓ ସୁବିଧାକୁ ଆହୁରି ଉନ୍ନତ କରିବ ବୋଲି ଆଶା କରାଯାଉଛି।