ରାଜ୍ୟରେ ସୃଷ୍ଟି ହେଲା ୨,୫୦୦ ଗୃହରକ୍ଷୀ ପଦବୀ
ଭୁବନେଶ୍ୱର(ସଂକେତ ଟିଭି): ରାଜ୍ୟ ସରକାର ଆଇନ୍ ଶୃଙ୍ଖଳା ପରିସ୍ଥିତି ସୁଦୃଢ଼ କରିବା ପାଇଁ ୨,୫୦୦ ଟି ନୂତନ ଗୃହରକ୍ଷୀ ପଦବୀ ସୃଷ୍ଟି କରିଛନ୍ତି। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି।
ବର୍ତ୍ତମାନ ରାଜ୍ୟରେ ମୋଟ ୧୭,୬୭୫ ଟି ଗୃହରକ୍ଷୀ ପଦବୀ ଅଛି। ନୂଆ ୨,୫୦୦ ଟି ପଦବୀ ସୃଷ୍ଟି ହେବା ପରେ ଏହି ସଂଖ୍ୟା ବୃଦ୍ଧି ପାଇ ୨୦,୧୭୫ ହେବ।
ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ପୋଲିସ୍ ବାହିନୀକୁ ଅଧିକ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ପଦବୀ ସଂଖ୍ୟା ବୃଦ୍ଧି କରିବା ପାଇଁ ଘୋଷଣା କରିଥିଲେ। ଏହି ପରିପ୍ରେକ୍ଷୀରେ, ପୋଲିସ୍ ବିଭାଗର ବିଭିନ୍ନ ଶାଖାରେ ଆଉପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି।