୧୮ ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା କଲା ବିଜେଡି
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି) ନିଜର ସଂଗଠନକୁ ଶକ୍ତିଶାଳୀ କରିବାକୁ ଅଣ୍ଟା ଭିଡ଼ିଛି। ଏଥିପାଇଁ ବିଜେଡିର ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ମଙ୍ଗଳବାର ୧୮ଟି ଜିଲ୍ଲା ପାଇଁ ସଭାପତିଙ୍କ ନାମ ଘୋଷଣା ହୋଇଛି। ଏହି ତାଲିକାରେ ବରିଷ୍ଠ ତଥା ଅଭିଜ୍ଞ ନେତାଙ୍କୁ ଗୁରୁତ୍ଵ ଦିଆଯାଇଛି।
ଅନୁଗୁଳ ଜିଲ୍ଲା ପାଇଁ ବ୍ରଜକିଶୋର ପ୍ରଧାନଙ୍କୁ ବିଜେଡି ସଭାପତି କରିଛି। ପୁରୀରେ ଉମା ସାମନ୍ତରାୟ, ବରଗଡ଼ରେ ସୁଶାନ୍ତ କୁମାର ମହାପାତ୍ର, ଭଦ୍ରକରେ ଜଗନ୍ନାଥ ସ୍ୱାଇଁ, ବୌଦ୍ଧରେ ପ୍ରଦୀପ ଅମାତ, ଦେବଗଡ଼ରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଗଜପତିରେ ପ୍ରଦୀପ ନାୟକ, ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲି, ଯାଜପୁରରେ ସରୋଜ ମହାପାତ୍ର, ଝାରସୁଗୁଡ଼ାରେ ହରୀଶ ଗଣ୍ଡତ୍ରା, କନ୍ଧମାଳରେ ପଦ୍ମନାଭ ବେହେରା, ମାଲକାନଗିରିରେ ମାନସ ମାଡ଼କାମୀ, ମୟୂରଭଞ୍ଜରେ ସୁଦାମ ମାରାଣ୍ଡି, ନୟାଗଡ଼ରେ ରମେଶ ବେହେରା, ନୂଆପଡ଼ାରେ ଅବନୀ ଯୋଶୀ, ସୁବର୍ଣ୍ଣପୁରରେ ସରୋଜ କମ୍ପ, ନବରଙ୍ଗପୁରରେ ମନୋହର ରନ୍ଧାରୀ ଓ ସୁନ୍ଦରଗଡ଼ରେ ଯୋଗେଶ ସିଂହଙ୍କୁ ସଭାପତି କରାଯାଇଛି। ବିଜେଡି ପକ୍ଷରୁ କୁହାଯାଇଛି ଯେ, କନ୍ଧମାଳ, ବୌଦ୍ଧ ଓ ମୟୂରଭଞ୍ଜ ପରି ଜିଲ୍ଲାଗୁଡ଼ିକରେ ଅଭିଜ୍ଞ ତଥା ବରିଷ୍ଠ ନେତାଙ୍କୁ ଗୁରୁତ୍ଵ ଦିଆଯାଇଛି ଯାହା ଦଳକୁ ପୁନରୁତ୍ଥାନ ପାଇଁ ସହାୟକ ହେବ।