FeaturedLatestNews

୧୭ ଏପ୍ରିଲ୍ ରେ ଓଡ଼ିଶା ଗସ୍ତରେ ଆସିବେ ନୀତିନ୍ ଗଡ଼କରୀ

ଭୁବନେଶ୍ୱର(ସଂକେତ୍ ଟିଭି ) : କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍ ଗଡ଼କରୀ ଆସନ୍ତା ୧୭ ଏପ୍ରିଲ୍ ରେ ଓଡ଼ିଶା ଗସ୍ତରେ ଆସିବେ ବୋଲି ପୂର୍ତ୍ତ, ଅବକାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଜଣାଇଛନ୍ତି।

ମନ୍ତ୍ରୀ ଗଡ଼କରୀ ପ୍ରଥମେ କଟକସ୍ଥିତ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବେ। ପରେ ସେ ଭୁବନେଶ୍ୱର ଆସି ବରମୁଣ୍ଡା ପଡ଼ିଆରେ ରାଜ୍ୟ ପାଇଁ ପ୍ରାୟ ୫୦୦୦ କୋଟି ଟଙ୍କାର ଅନେକ ଜାତୀୟ ରାଜପଥ ପ୍ରକଳ୍ପର ଉଦ୍ଘାଟନ କରିବେ।

ଏଥିସହିତ, ଗଡ଼କରୀ ଏନଏଚଏଆଇ (NH) ପ୍ରକଳ୍ପଗୁଡ଼ିକର ସମୀକ୍ଷା ମଧ୍ୟ କରିବେ। ଭୁବନେଶ୍ୱରରେ ଆୟୋଜିତ ଏକ ସାଧାରଣ ସଭାରେ ସେ ବଡ଼ ଘୋଷଣା କରିବାର ଆଶା ରଖାଯାଇଛି। ମୋଟ ୧୬ଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଛି, ଯାହାର ମୂଲ୍ୟ ପ୍ରାୟ ୫୦୦୦ କୋଟି ଟଙ୍କା।