EducationFeaturedLatestNews

୬ ମଇରୁ ୧୯ ଜୁନ୍ ପର୍ଯ୍ୟନ୍ତ ଖରା ଛୁଟି, ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ୱର(ସଂକେତ ଟିଭି): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚଳିତ ଶିକ୍ଷାବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ପ୍ରକାଶ କରାଯାଇଛି। ଏହି କ୍ୟାଲେଣ୍ଡରରେ କାର୍ଯ୍ୟଦିବସ, ଛୁଟି, ପରୀକ୍ଷା ସମୟ ଆଦି ସମ୍ପର୍କିତ ସୂଚନା ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି।

ଏକାଡେମିକ୍ କ୍ୟାଲେଣ୍ଡର ଅନୁଯାୟୀ, ଖରାଛୁଟି ୬ ମଇରୁ ୧୯ ଜୁନ୍ ପର୍ଯ୍ୟନ୍ତ ରହିବ ଏବଂ ଏହି ସମୟରେ ସମସ୍ତ ବିଦ୍ୟାଳୟ ବନ୍ଦ ରହିବ। ଚଳିତ ଶିକ୍ଷାବର୍ଷରେ ୫୨ ରବିବାର, ୮୦ଟି ପୂଜା ଓ ଅନ୍ୟାନ୍ୟ ଛୁଟି ରହିଛି। ଏଥିସହିତ ଅତିରିକ୍ତ ୨ଟି ଛୁଟି ମଧ୍ୟ ରଖାଯାଇଛି। ସମୁଦାୟ ୨୩୧ କାର୍ଯ୍ୟଦିବସ ରହିଛି, ଯାହା ଅନୁଯାୟୀ ଶିକ୍ଷକମାନଙ୍କୁ ୨୩୧ ଦିନ ବିଦ୍ୟାଳୟରେ ଉପସ୍ଥିତ ରହିବାକୁ ହେବ। ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏହି କ୍ୟାଲେଣ୍ଡର ପାଳନ କରିବାକୁ ନିର୍ଦେଶ ଦିଆଯାଇଛି।

ମାସଭିତ୍ତିକ କାର୍ଯ୍ୟଦିବସ:

  • ଏପ୍ରିଲ୍: ୨୨
  • ମଇ: ୪
  • ଜୁନ୍: ୮
  • ଜୁଲାଇ: ୨୬
  • ଅଗଷ୍ଟ: ୨୨
  • ସେପ୍ଟେମ୍ବର: ୨୩
  • ଅକ୍ଟୋବର: ୨୦
  • ନଭେମ୍ବର: ୨୧
  • ଡିସେମ୍ବର: ୧୮
  • ଜାନୁଆରୀ: ୨୩
  • ଫେବୃଆରୀ: ୨୪
  • ମାର୍ଚ୍ଚ: ୨୨