FeaturedLatestNews

ରାଜ୍ୟକୁ ୪ ହଜାର କୋଟି ଟଙ୍କାର ୧୯ଟି ସଡ଼କ ପ୍ରକଳ୍ପ ଭେଟି ଦେଲେ ଗଡକରୀ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରୀୟ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ଓଡ଼ିଶା ଗସ୍ତରେ ଆସି ରାଜ୍ୟକୁ ୪ ହଜାର କୋଟି ଟଙ୍କାର ୧୯ଟି ସଡ଼କ ପ୍ରକଳ୍ପ ଭେଟି ଦେଇଛନ୍ତି। ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ପ୍ରକଳ୍ପଗୁଡ଼ିକର ଶିଳାନ୍ୟାସ ଓ ଲୋକାର୍ପଣ କରାଯାଇଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉପସ୍ଥିତ ଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ ମାଧ୍ୟମରେ ସମ୍ବୋଧନ କରିଥିଲେ।

ପ୍ରକଳ୍ପର ମୁଖ୍ୟ ବିବରଣୀ:

  • ମୋଟ ୧୫୪ କିଲୋମିଟର ଦୈର୍ଘ୍ୟର ୧୯ଟି ସଡ଼କ ପ୍ରକଳ୍ପ ପାଇଁ ୪ ହଜାର କୋଟି ଟଙ୍କା ନିବେଶ କରାଯାଇଛି।
  • ୮୦୦ କୋଟି ଟଙ୍କା ବ୍ୟୟରେ ତାଳଚେରରୁ କାମାକ୍ଷାନଗର ପର୍ଯ୍ୟନ୍ତ ୪ ଲେନ୍ ରାଜପଥ ନିର୍ମାଣ ହେବ।
  • ୪୫ କୋଟି ଟଙ୍କାରେ ବାଲିକୁଦା, ଶିଖରପୁର ଓ ବଡ଼ଚଣାରେ ଭିହିକୁଲ୍ ଅଣ୍ଡରପାସ୍ ନିର୍ମିତ ହେବ।
  • ୧୩ଟି ଜାତୀୟ ରାଜପଥ ପ୍ରକଳ୍ପ ଏବଂ ୪ଟି CRIF ବ୍ରିଜ୍ ପାଇଁ ଶିଳାନ୍ୟାସ କରାଯାଇଛି।

ଉଲ୍ଲେଖନୀୟ ପ୍ରକଳ୍ପଗୁଡ଼ିକ:

  • ବଅଁରପାଳ-ଗୋଡ଼ିବନ୍ଧ ୪ ଲେନ୍ ରାଜପଥ
  • ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଧୀନରେ ବାଙ୍ଗିରିପୋଷି ଘାଟି ୪ ଲେନ୍ ରାଜପଥ
  • NH ୧୬ରେ ୫ଟି ଭେହିକିଲ୍ ଅଣ୍ଡରପାସ୍ ଓ ୧ଟି ଫ୍ଲାଇଓଭର୍
  • ପୂଜାରୀପାଲି ଘାଟି-ଜରିମୂଳିରେ ମହାନଦୀ ଉପରେ ସେତୁ ନିର୍ମାଣ
  • କଳାହାଣ୍ଡିରେ ରେତ୍ ନଦୀ ଓ ସଗଡ଼ା ନଦୀ ଉପରେ ସେତୁ

କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ କହିଛନ୍ତି, “ଭାରତର ହାଇଓେ ଆମେରିକା ପରି ଆଧୁନିକ ହେବ। ଓଡ଼ିଶାରେ ବର୍ତ୍ତମାନ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ ଚାଲିଛି, ଆଗାମୀ ଦିନରେ ଏହା ୩ ଲକ୍ଷ କୋଟିରେ ପହଞ୍ଚିବ।”

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଓଡ଼ିଶାର ଐତିହାସିକ ଦିନ ବୋଲି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗଡ଼କରୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ପୁରୀକୁ ୮ ଲେନ୍ ରାସ୍ତା ଓ କୋଷ୍ଟାଲ ହାଇଓେ ନିର୍ମାଣ ପାଇଁ କେନ୍ଦ୍ରକୁ ଦାବି ମଧ୍ୟ ଜଣାଇଛନ୍ତି।