FeaturedLatestNews

ଟ୍ରାଫିକ୍ ବିଭାଗରେ ସୃଷ୍ଟି ହେଲା ୨,୦୦୦ ନୂତନ ପଦବୀ

ଭୁବନେଶ୍ୱର (ସଂକେତ ଟିଭି): ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ ଓ ସୁଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟ୍ରାଫିକ୍ ବିଭାଗରେ ୨,୦୦୦ ନୂତନ ପଦବୀ ସୃଷ୍ଟି କରିବାକୁ ଅନୁମୋଦନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ସୃଷ୍ଟି ହୋଇଛି, ଯେଉଁଥିରେ ଜିଲ୍ଲାସ୍ତରୀୟ ସେଟଅପ୍‌ରେ ୧,୯୩୦ ଟି ପଦବୀ ସୃଷ୍ଟି ହୋଇଛି। ନୂତନ ପଦବୀ ସୃଷ୍ଟି ପାଇଁ ଅନୁମୋଦନ ମିଳିବା ପରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟସ୍ତରୀୟ ଟ୍ରାଫିକ୍ ପଦବୀ ସୃଷ୍ଟି:

  • ଏଡିଜିପି/ଆଇଜିପି: ୧ ଟି
  • ଡିଆଇଜି (ପୁଲିସ): ୧ ଟି
  • ଏସ୍‌ପି: ୨ ଟି
  • ଡିଏସ୍‌ପି: ୪ ଟି
  • ଇନ୍ସପେକ୍ଟର: ୬ ଟି
  • ଏସଆଇ: ୮ ଟି
  • ଏଏସଆଇ: ୮ ଟି
  • କନଷ୍ଟେବଳ: ୨୨ ଟି
  • ଡ୍ରାଇଭର: ୧୦ ଟି
  • ପ୍ରତିଷ୍ଠାନ ଅଧିକାରୀ: ୧ ଟି
  • ସେକ୍ସନ ଅଫିସର: ୧ ଟି
  • ଏଏସଓ: ୩ ଟି
  • ଜୁନିଅର ଆସିଷ୍ଟାଣ୍ଟ: ୩ ଟି

ଜିଲ୍ଲାସ୍ତରୀୟ ଟ୍ରାଫିକ୍ ପଦବୀ ସୃଷ୍ଟି:

  • ଡିଏସ୍ପି: ୫ ଟି
  • ଇନ୍ସପେକ୍ଟର: ୪୧ ଟି
  • ସବ୍-ଇନ୍ସପେକ୍ଟର: ୮୩ ଟି
  • ଏଏସଆଇ: ୮୩ ଟି
  • ହାବିଲଦାର: ୩୧୦ ଟି
  • କନଷ୍ଟେବଳ: ୧,୪୦୮ ଟି