ଆଗାମୀ ୫ ଦିନ ଧରି ରାଜ୍ୟରେ ପ୍ରବଳ ପବନ ସହିତ ବର୍ଷା : ପାଣିପାଗ ବିଭାଗର ପୂର୍ବାନୁମାନ
ଭୁବନେଶ୍ୱର (ସଂକେତ ଟିଭି): ଭାରତୀୟ ପାଣିପାଗ ବିଭାଗ (IMD) ଓଡ଼ିଶାର ବିଭିନ୍ନ ଜିଲ୍ଲା ପାଇଁ ୧୮ ଏପ୍ରିଲରୁ ୨୨ ଏପ୍ରିଲ ପର୍ଯ୍ୟନ୍ତ ଝଡ଼ପବନ ଓ ବର୍ଷାର ସତର୍କତା ଜାରି କରିଛି। ଏହି ସମୟରେ ରାଜ୍ୟରେ ବିଜୁଳି, ଘଡ଼ଘଡ଼ି ସହିତ ବର୍ଷା ଏବଂ ପ୍ରବଳ ପବନ ବହିବାର ସମ୍ଭାବନା ରହିଛି।
୧୮ ଏପ୍ରିଲ: ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଅପରାହ୍ନରେ ବଜ୍ରପାତ ସହିତ ବର୍ଷା ହେବା ସହିତ ୫୦-୬୦ କିମି/ଘଣ୍ଟା ବେଗରେ ପବନ ବହିବ। ଗଜପତି ଓ ଗଞ୍ଜାମରେ ୪୦-୫୦ କିମି/ଘଣ୍ଟା ବେଗରେ ପବନ ବହିବ। ମାଲକାନଗିରି, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, ଅନୁଗୁଳ, ଢେଙ୍କାନାଳ, କନ୍ଧମାଳ, ବୌଦ୍ଧ ଓ ସୁନ୍ଦରଗଡ଼ରେ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବାର ସମ୍ଭାବନା ଅଛି।
୧୯ ଏପ୍ରିଲ: ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜରେ ଘଡ଼ଘଡ଼ି ସହିତ ବର୍ଷା ହେବା ସହିତ ୪୦-୫୦ କିମି/ଘଣ୍ଟା ବେଗରେ ପବନ ବହିବ। ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବ।
୨୦ ଏପ୍ରିଲ: ମାଲକାନଗିରି ଓ କୋରାପୁଟରେ ବିଜୁଳି ସହିତ ବର୍ଷା ହେବା ସହିତ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବ।
୨୧ ଏପ୍ରିଲ: ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଗଜପତି, ରାୟଗଡ଼ା, ମାଲକାନଗିରି ଓ କୋରାପୁଟରେ ଘଡ଼ଘଡ଼ି ସହିତ ବର୍ଷା ହେବା ସହିତ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବ।
୨୨ ଏପ୍ରିଲ: ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଓ କଳାହାଣ୍ଡିରେ ବିଜୁଳି ସହିତ ବର୍ଷା ହେବା ସହିତ ୩୦-୪୦ କିମି/ଘଣ୍ଟା ବେଗରେ ପବନ ବହିବ।
ଗ୍ରୀଷ୍ମ ପ୍ରବାହରେ ଅସ୍ଥାୟୀ ରାହାତି: ଏହି ବର୍ଷା ଯୋଗୁଁ ରାଜ୍ୟରେ ଜାରି ଥିବା ଗ୍ରୀଷ୍ମ ପ୍ରବାହରେ ଅସ୍ଥାୟୀ ରାହାତି ମିଳିବ। ବର୍ତ୍ତମାନ କାଳବୈଶାଖୀ ପ୍ରଭାବରେ ସର୍ବୋଚ୍ଚ ତାପମାତ୍ରା ୪୦°C ତଳେ ରହିଛି। ତିନି ଦିନ ପରେ ବର୍ଷା କମିଗଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ପୁଣି ତାପମାତ୍ରା ୪୦°C ଅତିକ୍ରମ କରିବ।