FeaturedLatestNews

ଏପ୍ରିଲ ୨୪ରେ ମିଳିବ ସୁଭଦ୍ରା ଷଷ୍ଠ ପର୍ଯ୍ୟାୟ ଟଙ୍କା

ଭୁବନେଶ୍ୱର (ସଂକେତ ଟିଭି): ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ସୂଚନା ଦେଇଛନ୍ତି ଯେ, ସୁଭଦ୍ରା ଯୋଜନାର ଷଷ୍ଠ ପର୍ଯ୍ୟାୟ ଟଙ୍କା ଶୀଘ୍ର ମିଳିବ । ଯେଉଁ ମହିଳାମାନେ ଏହି ଯୋଜନା ପାଇଁ ଆବେଦନ କରିଥିଲେ, ସେମାନଙ୍କ ମଧ୍ୟରୁ ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ । ଏହି ଘୋଷଣା ପରେ ପୁଣି ଥରେ ସୁଭଦ୍ରା ଆବେଦନକାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ଗତ ମାର୍ଚ୍ଚ ମାସରେ ରାଜ୍ୟରେ ଅନେକ ମହିଳାଙ୍କୁ ସୁଭଦ୍ରା ଟଙ୍କା ମିଳିଥିଲା । ହେଲେ, କିଛି କାରଣବଶତଃ ଅନ୍ୟମାନଙ୍କ ଆକାଉଣ୍ଟରେ ଟଙ୍କା ଜମା ହୋଇନଥିଲା । କିନ୍ତୁ ଉପମୁଖ୍ୟମନ୍ତ୍ରୀଙ୍କ ମତରେ, ସେମାନେ ଚିନ୍ତିତ ହେବାର ଆବଶ୍ୟକତା ନାହିଁ, କାରଣ ଏହି ମାସରେ ପୁଣି ଥରେ ସୁଭଦ୍ରା ଟଙ୍କା ଆକାଉଣ୍ଟରେ ଜମା ହେବାକୁ ଯାଉଛି ।

ସୂଚନା ଅନୁଯାୟୀ, ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ଏପ୍ରିଲ ୨୪ ତାରିଖରେ ପ୍ରଥମ କିସ୍ତିର ଷଷ୍ଠ ପର୍ଯ୍ୟାୟ ଟଙ୍କା ଦିଆଯିବ । ପ୍ରଭାତୀ ପରିଡ଼ା ସ୍ପଷ୍ଟ କରିଛନ୍ତି ଯେ, ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ଯୋଗ୍ୟ ବିବେଚିତ ହେବେ, ସେମାନେ ଏହି ଟଙ୍କା ପାଇବେ