ଖୋଲିଲା ୩୦ଟି ଖେଲୋ ଇଣ୍ଡିଆ ସେଣ୍ଟର, ପୂର୍ବତନ ଚାମ୍ପିଅନ ଖେଳାଳି ନେବେ କୋଚ୍ ଦାୟିତ୍ୱ
ଭୁବନେଶ୍ୱର (ସଂକେତ ଟିଭି): : ରାଜ୍ୟରେ ଆଜି ୩୦ଟି ନୂତନ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲାଯାଇଛି। ଏହି ସେଣ୍ଟରଗୁଡ଼ିକରେ ପୂର୍ବତନ ଚାମ୍ପିଅନ ଖେଳାଳିମାନେ କୋଚ୍ ଭାବରେ କାର୍ଯ୍ୟ କରିବେ। ଏହି ବିଷୟରେ ସୂଚନା ଦେଇ କ୍ରୀଡ଼ା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ଜିଲ୍ଲାଭିତ୍ତିକ କ୍ରୀଡ଼ା ଏବଂ ସଂସ୍କୃତିକୁ ଗୁରୁତ୍ଵ ଦେବେ।
ପ୍ରତ୍ୟେକ ସେଣ୍ଟର ପାଇଁ ବାର୍ଷିକ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହି ପ୍ରକଳ୍ପ ଅଧୀନରେ ଅଲିମ୍ପିକ୍ସ ଖେଳକୁ ପ୍ରୋତ୍ସାହିତ କରାଯିବା ସହିତ ଫୁଟବଲ, ଖୋ-ଖୋ ଏବଂ ୟୋଗାସନ ଭଳି ପାରମ୍ପାରିକ ଖେଳଗୁଡ଼ିକୁ ମଧ୍ୟ ଗୁରୁତ୍ଵ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ସେଠାରେ ଲୋକପ୍ରିୟ ଖେଳକୁ ଆଗ୍ରହ ଦେଇ ତାଲିମ ଦିଆଯିବ।
ଏହି ସେଣ୍ଟରଗୁଡ଼ିକରେ ରାଜ୍ୟ ଏବଂ ଜାତୀୟ ସ୍ତରରେ ଉଲ୍ଲେଖନୀୟ ସଫଳତା ଅର୍ଜନ କରିଥିବା ପୂର୍ବତନ ଖେଳାଳିମାନେ କୋଚିଂର ଦାୟିତ୍ୱ ନେବେ। ଏହି ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ତୃଣମୂଳ ସ୍ତରରୁ ଖେଳାଳିଙ୍କୁ ତାଲିମ ଦେବା ସହିତ କ୍ରୀଡ଼ାକୁ ଏକ କ୍ୟାରିଅର ଭାବରେ ଗ୍ରହଣ କରିବାରେ ସହାୟକ ହେବ। ମନ୍ତ୍ରୀ କହିଛନ୍ତି ଯେ, ଯେଉଁସବୁ ସ୍ଥାନରେ ଏହି ସେଣ୍ଟରଗୁଡ଼ିକ ଖୋଲାଯାଇଛି, ସେଠାରେ ପୂର୍ବରୁ କ୍ରୀଡ଼ା ଭିତ୍ତିଭୂମି ରହିଛି।
ଏହି ପ୍ରକଳ୍ପ କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରାଳୟ ସହଯୋଗରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଛନ୍ତି। ଏହା ଖେଳାଳିଙ୍କ ଦକ୍ଷତା ବୃଦ୍ଧି କରିବା ସହିତ ରାଜ୍ୟକୁ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ କ୍ରୀଡ଼ା କ୍ଷେତ୍ରରେ ଉନ୍ନତି କରିବାରେ ସହାୟକ ହେବ।