୪୬ଟି ନୂତନ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର (ସଂକେତ ଟିଭି): ଓଡିଶା ସରକାର ରାଜ୍ୟରେ ୪୬ଟି ନୂତନ ସିଭିଲ୍ ଜଜ୍ କୋର୍ଟ (ଜୁନିୟର ଡିଭିଜନ୍) ଗଠନ କରିଛନ୍ତି । ଓଡିଶା ଉଚ୍ଚ ନ୍ୟାୟାଳୟ ସହିତ ପରାମର୍ଶ କରି ଏହି କୋର୍ଟଗୁଡ଼ିକ ସ୍ଥାପନ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅନୁମୋଦନ ପରେ ଏହି ନିଷ୍ପତ୍ତି ନିଆଯାଇଛି ।
ନୂତନ କୋର୍ଟଗୁଡ଼ିକ ବିଭିନ୍ନ ଜିଲ୍ଲାର ନିମ୍ନଲିଖିତ ସ୍ଥାନମାନଙ୍କରେ କାର୍ଯ୍ୟକାରୀ ହେବ:
- ବାଲେଶ୍ୱର: ବାଲିଆପାଳ, ସିମୁଳିଆ, ସୋର, ବାହାନଗା, ଜଳେଶ୍ୱର
- ସମ୍ବଲପୁର: ରେଙ୍ଗାଲି, ବାମରା, କୁଚିଣ୍ଡା, ଜମନକିରା
- ରାୟଗଡ଼ା: ରାୟଗଡ଼ା
- ପୁରୀ: ସତ୍ୟବାଦୀ
- କେନ୍ଦୁଝର: ସହରପଡ଼ା, ହରିଚନ୍ଦନପୁର
- ମୟୂରଭଞ୍ଜ: ବହଳଦା, ରାରୁଆଁ, ବିଶୋଇ, ବାରିପଦା
- ଜଗତସିଂହପୁର: ବାଲିକୁଦା, ନୂଆଗାଁ
- ସୁନ୍ଦରଗଡ଼: ବାଲିଶଙ୍କରା, ଲେଫ୍ରିପଡ଼ା, ବରଗାଁ, କୁଆଁରମୁଣ୍ଡା
- କଟକ: ବାରଙ୍ଗ, କଣ୍ଟାପଡ଼ା
- ସୋନପୁର: ଉଲୁଣ୍ଡା
- ବରଗଡ଼: ଭଟଲି
- ଝାରସୁଗୁଡ଼ା: କୋଲାବିରା
- ଖୋର୍ଦ୍ଧା: ବାଣପୁର
- କୋରାପୁଟ: ପଟାଙ୍ଗୀ
- ଯାଜପୁର: ରସୁଲପୁର, କୋରେଇ, ଧର୍ମଶାଳା
- କେନ୍ଦ୍ରାପଡ଼ା: ମହାକାଳପଡ଼ା, ଗରଦପୁର, ମାର୍ଶାଘାଇ
- କନ୍ଧମାଳ: ଟିକାବାଲି, କେ.ନୂଆଗାଁ, ଖଜୁରିଆପଡ଼ା
- ଭଦ୍ରକ: ତିହିଡ଼ି
- ମାଲକାନଗିରି: ଖଇରପୁଟ
- ଢେଙ୍କାନାଳ: ଢେଙ୍କାନାଳ
- ବଲାଙ୍ଗୀର: ପାଟଣାଗଡ଼
- ଗଞ୍ଜାମ: କୁକୁଡ଼ାଖଣ୍ଡି, ଧରାକୋଟ, ଗଞ୍ଜାମ
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜଣାଯାଇଛି ଯେ, ଏହି ପଦକ୍ଷେପ ରାଜ୍ୟରେ ନ୍ୟାୟିକ ସେବା ପ୍ରଦାନକୁ ସୁଗମ କରିବ । ହାଇକୋର୍ଟଙ୍କ ସୁପାରିଶ ଅନୁଯାୟୀ ଏହି କୋର୍ଟଗୁଡ଼ିକ ଗଠନ କରାଯାଇଛି ଯାହାଦ୍ୱାରା ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରାପ୍ତିରେ ସୁବିଧା ହେବ ।