FeaturedLatestNews

କଟିଲା ଏକ ଲକ୍ଷ ଗରିବଙ୍କ କାର୍ଡ, ମନ୍ତ୍ରୀ କହିଲେ ପୁଣି ଆବେଦନ କଲେ ମିଳିବ ନୂଆ କାର୍ଡ

ଭୁବନେଶ୍ୱର (ସଂକେତ ଟିଭି): ଇ-କେୱାଇସି (E-KYC) ପ୍ରକ୍ରିୟାରେ ଗରିବଙ୍କ ରାସନ କାର୍ଡ କଟିଯିବା ଆଭିଯୋଗ ପ୍ରସଙ୍ଗରେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, “ଇ-କେୱାଇସିରେ ଯେଉଁ ଗରିବଙ୍କ ରାସନ କାର୍ଡ କଟିଯାଇଛି, ସେମାନେ ମୋତେ କୁହନ୍ତୁ । ଆମ ପାଖରେ ପର୍ଯ୍ୟାପ୍ତ କାର୍ଡ ଅଛି, ଆମେ ନୂଆ ଲୋକଙ୍କୁ ଦେବୁ ।”

ସେ କହିଛନ୍ତି, “ଯଦି କାହାର କାର୍ଡ ଭୁଲରେ କଟିଯାଇଛି, ସେମାନେ ଆଉ ଥରେ ଆବେଦନ କରନ୍ତୁ । ପୁନର୍ବାର ଆବେଦନ କଲେ, ସର୍ଭେ କରି ସେମାନଙ୍କୁ କାର୍ଡ ଦିଆଯିବ ।” ମନ୍ତ୍ରୀ ଜଣାଇଛନ୍ତି ଯେ, ପ୍ରାୟ ଏକ ଲକ୍ଷ ଲୋକଙ୍କ ରାସନ କାର୍ଡ କଟିଛି ।

ଏଥିପାଇଁ ସେ ସ୍ପଷ୍ଟ କରିଛନ୍ତି ଯେ, ମୁଖ୍ୟତଃ ଇନକମ ଟ୍ୟାକ୍ସ ଦେଉଥିବା ଏବଂ ଭଲ ଚାକିରି କରୁଥିବା ଲୋକଙ୍କ କାର୍ଡ କଟାଯାଇଛି । ତେଣୁ, ଯଦି କୌଣସି ଗରିବ ବା ଯୋଗ୍ୟ ଲୋକଙ୍କ କାର୍ଡ ଅନାବଶ୍ୟକ ଭାବେ କଟିଯାଇଛି, ସରକାର ସେମାନଙ୍କୁ ପୁନର୍ବାର କାର୍ଡ ଦେବାପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି ।