FeaturedLatestNews

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର (ସଂକେତ ଟିଭି): କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡିଶା କାଡରର ଦୁଇ ଜଣ ବରିଷ୍ଠ ଆଇପିଏସ୍ ଅଧିକାରୀ। ଏଥିପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ନିଯୁକ୍ତି ପତ୍ର ଜାରି ହୋଇସାରିଛି।

ପ୍ରଥମ ଅଧିକାରୀ ଆଇପିଏସ୍ ରବି କାନ୍ତ ବିଏସ୍‌ଏଫ୍‌ର ଇନ୍ସପେକ୍ଟର ଜେନେରାଲ୍ (ଆଇଜି) ଭାବେ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଦ୍ୱିତୀୟ ଅଧିକାରୀ ଆଇପିଏସ୍ ମିତ୍ରଭାନୁ ମହାପାତ୍ର ବିଏସ୍‌ଏଫ୍‌ର ଡିପୁଟି ଇନ୍ସପେକ୍ଟର ଜେନେରାଲ୍ (ଡିଆଇଜି) ଭାବେ କେନ୍ଦ୍ରରେ କାର୍ଯ୍ୟ କରିବେ।

ଉଭୟ ଅଧିକାରୀ ଓଡିଶା ହୋମ ବିଭାଗରେ ପୋଷ୍ଟିଂ ହୋଇଥିଲେ ଏବଂ ଆଇପିଏସ୍ ମେସ୍ରେ ରହୁଥିଲେ। ଆଇପିଏସ୍ ରବି କାନ୍ତ ପୂର୍ବରୁ କେନ୍ଦୁଝର ଜିଲ୍ଲାର ସୁପରିନ୍ଟେଣ୍ଡେଣ୍ଟ ଅଫ ପୋଲିସ୍ (ଏସପି) ଭାବେ ଦାୟିତ୍ୱ ତୁଲାଇଥିଲେ। ଅନ୍ୟପକ୍ଷେ, ଆଇପିଏସ୍ ମିତ୍ରଭାନୁ ମହାପାତ୍ରଙ୍କ ନାମ ରାଜାଚକ୍ର ମାମଲାରେ ଖୁବ୍ ଚର୍ଚ୍ଚିତ ହୋଇଥିଲା।