OSSC ଏବଂ OPSC ପରୀକ୍ଷାରେ ତ୍ରୁଟି
ଭୁବନେଶ୍ୱର (ସଂକେତ ଟିଭି):ରବିବାର ଦିନ ଦୁଇଟି ବଡ଼ ପରୀକ୍ଷାରେ ତ୍ରୁଟି ହେବା ସାମ୍ନାକୁ ଆସିଛି। OSSC ଏବଂ OPSC ଦ୍ୱାରା ପରିଚାଳିତ ଏହି ପରୀକ୍ଷାରେ ତ୍ରୁଟି ସ୍ବୀକୃତ ହୋଇଛି। OPSC କର୍ତ୍ତୃପକ୍ଷ ନୋଟିସ୍ ଜାରି କରି ଏହି ତ୍ରୁଟି ସ୍ୱୀକାର କରିଛନ୍ତି। ଏହା ସହିତ ଅନ୍ୟ ଏକ ପରୀକ୍ଷାର ବିକଳ୍ପ ଉପରେ ବିଚାର କରୁଥିବା ମଧ୍ୟ ଜଣାଇଛନ୍ତି। ମେ ୪ ତାରିଖ ମଧ୍ୟରେ ପରାମର୍ଶ ମାଗି ନୋଟିସ୍ ଜାରି କରାଯାଇଛି।
ଆଜି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜି ବିଷୟରେ ଦୁଇଟି ପେପର ପରୀକ୍ଷା ନିଆଯାଇଥିଲା। ସକାଳ ୯ଟାରୁ ୧୨ଟା ମଧ୍ୟରେ ଆନ୍ଥ୍ରୋପୋଲୋଜିର ପ୍ରଥମ ପେପର ପରୀକ୍ଷା ହୋଇଥିବା ବେଳେ, ଅପରାହ୍ନ ୨ଟାରୁ ୫ଟା ମଧ୍ୟରେ ଦ୍ୱିତୀୟ ପେପର ପରୀକ୍ଷା ହୋଇଥିଲା। ମାତ୍ର, ପ୍ରଥମ ପେପର ପରୀକ୍ଷାରେ ଦ୍ୱିତୀୟ ପେପରର କିଛି ପ୍ରଶ୍ନ ରହିଥିବା ଏବଂ ଦ୍ୱିତୀୟ ପେପରରେ ପ୍ରଥମ ପେପରର ପ୍ରଶ୍ନ ରହିଥିବା ଦେଖାଯାଇଛି। ପ୍ରଥମ ସେସନ୍ ପରୀକ୍ଷା ଶେଷ ହେବା ପରେ ପରୀକ୍ଷାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି।
କର୍ତ୍ତୃପକ୍ଷ ଏହି ତ୍ରୁଟି ସ୍ୱୀକାର କରି ପରୀକ୍ଷାର ପୁନରାବଲୋକନ କରିବା ଏବଂ ଆବଶ୍ୟକ ପଦକ୍ଷେପ ନେବା ପାଇଁ ଚର୍ଚା କରୁଛନ୍ତି। ପରୀକ୍ଷାର୍ଥୀଙ୍କ ପକ୍ଷରୁ ଏହି ତ୍ରୁଟି ଦୁରୀକରଣ ପାଇଁ ଦୃତ ପଦକ୍ଷେପ ନେବାକୁ ଦାବି କରାଯାଇଛି।