FeaturedLatestNews

ଓଡ଼ିଶାରେ ବାତିଲ କରାଯିବ ବିଦେଶୀ ନାଗରିକଙ୍କ ରାସନ କାର୍ଡ

ଭୁବନେଶ୍ବର (ସଂକେତ ଟିଭି): ଓଡ଼ିଶାରେ ପାକିସ୍ତାନୀ, ବାଂଲାଦେଶୀ ଏବଂ ମିଆଁମାରର ନାଗରିକମାନେ ବସବାସ କରୁଥିବା ସହିତ ରାସନ କାର୍ଡ ପାଇଛନ୍ତି। ଏହି ବିଦେଶୀମାନଙ୍କର ଭୋଟର୍ କାର୍ଡ ଏବଂ ଆଧାର କାର୍ଡ ମଧ୍ୟ ରହିଛି। ସରକାର ଏବେ ସେମାନଙ୍କୁ ଶୀଘ୍ର ଚିହ୍ନଟ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମସ୍ତ ବିଦେଶୀ ନାଗରିକଙ୍କ ରାସନ କାର୍ଡ ରଦ୍ଦ କରାଯିବ।

ରାସନ କାର୍ଡ ପାଇଥିବା ବିଦେଶୀଙ୍କୁ ଚିହ୍ନଟ କରିବା ପାଇଁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି। ସେମାନଙ୍କୁ ଚିହ୍ନଟ କରି ରାସନ କାର୍ଡ ତାଲିକାରୁ ନାମ କାଟିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ଏହି ବିଦେଶୀମାନେ ସୁଯୋଗ ନେଇ ଓଡ଼ିଶାରେ ଅନୁପ୍ରବେଶ କରି ସରକାରୀ ସୁବିଧା ଅପଚୟ କରିଛନ୍ତି।

ଏହି ବିଦେଶୀମାନଙ୍କ ରାସନ କାର୍ଡ ବାତିଲ କରାଯିବା ପରେ ପ୍ରକୃତ ରାସନ କାର୍ଡ ହିତାଧିକାରୀଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରିବ। ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଏହି ପ୍ରକ୍ରିୟା ସମାପ୍ତ ହେଲେ ପ୍ରକୃତ ସଂଖ୍ୟା ସାମ୍ନାକୁ ଆସିବ।