FeaturedLatestNewsPolitics

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଦାବି କଲା କଂଗ୍ରେସ

ଭୁବନେଶ୍ୱର (ସଂକେତ ଟିଭି): ବରିଷ୍ଠ କଂଗ୍ରେସ ନେତା ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ବିଷୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ, ସେ ପହଲଗାମ୍ ଆକ୍ରମଣ ଏବଂ ଭାରତର ଭବିଷ୍ୟତ ରଣନୀତି ଉପରେ ସଂସଦରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି।

ଏହି ଘଟଣାକ୍ରମେ, ଓଡିଶା କଂଗ୍ରେସର ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ମଧ୍ୟ ବିଧାନସଭାରେ ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ବାଚସ୍ପତି ସୁରମା ପାଢ଼ୀଙ୍କ ନିକଟକୁ ଏକ ଚିଠି ପଠାଇଛନ୍ତି। ସେ ପହଲଗାମ୍ ଆକ୍ରମଣ ବିଷୟରେ ବିଧାନସଭାରେ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ରାହୁଲ ଗାନ୍ଧୀ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ସ୍ୱତନ୍ତ୍ର ଅଧିବେଶନ ଜରିଆରେ ବିଭିନ୍ନ ସଂସଦୀୟ କ୍ଷେତ୍ରରୁ ଆସିଥିବା ସାଂସଦମାନେ ଏକତ୍ରିତ ହୋଇ ଏକତା ଓ ଦୃଢ଼ ପ୍ରତିଶ୍ରୁତି ଦେଖାଇପାରିବେ। ସେ କହିଛନ୍ତି ଯେ, ଏପରି ଏକ ସଙ୍କଟ ସମୟରେ ସମଗ୍ର ଭାରତ ଆତଙ୍କବାଦ ବିରୋଧରେ ଏକଜୁଟ ଅଛି ବୋଲି ପ୍ରଦର୍ଶନ କରିବା ଜରୁରୀ। ଏଥିପାଇଁ ସେ ପ୍ରଧାନମନ୍ତ୍ରୀଙ୍କୁ ଲୋକସଭା ଏବଂ ରାଜ୍ୟସଭାରେ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ଅନୁରୋଧ କରିଛନ୍ତି।