FeaturedLatestNews

୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ଗଲା ୧୦୦୦ କୋଟି ଟଙ୍କା ସହାୟତା ରାଶି

ଭୁବନେଶ୍ୱର (ସଂକେତ ଟିଭି): ଅକ୍ଷୟ ତୃତୀୟା ପର୍ବ ଉପଲକ୍ଷେ ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ କୃଷକ ଦିବସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ ସିଏମ କିଷାନ ସହାୟତା ରାଶି ପ୍ରଦାନ କରିଛନ୍ତି। ଏଥିପାଇଁ ମୋଟ ୧ ହଜାର କୋଟି ଟଙ୍କା ବାଣ୍ଟାଯାଇଛି।

ଭୁବନେଶ୍ୱର ସ୍ଥିତ ଓୟୁଏଟିର ଶିକ୍ଷାନୁଷ୍ଠାନ କୃଷି ଫାର୍ମରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ସରକାର ସର୍ବଦା ଚାଷୀଙ୍କ ହିତ ପାଇଁ କାମ କରୁଛି।” ଅକ୍ଷୟ ତୃତୀୟା ପର୍ବରେ ଅଖି ମୁଠି ଅନୁକୂଳ କରିବା ପରେ ସେ ନାମମାତ୍ର, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଖାତାକୁ ସିଏମ କିଷାନ ଟଙ୍କା ପଠାଇଛନ୍ତି।

ସିଏମ କିଷାନ୍ ଯୋଜନା ଅନୁଯାୟୀ, ଚାଷୀମାନେ ବର୍ଷକୁ ଦୁଇ କିସ୍ତିରେ ୪ ହଜାର ଟଙ୍କା ପାଆନ୍ତି। ନୂଆଁଖାଇ ଓ ଅକ୍ଷୟ ତୃତୀୟା ପର୍ବରେ ଏହି ଅର୍ଥ ସେମାନଙ୍କ ଖାତାକୁ ଯାଇଥାଏ। ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ ଓ କୃଷି ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ଏକାମ୍ର ବିଧାୟକ ବାବୁ ସିଂହ ଆଦି ଉପସ୍ଥିତ ଥିଲେ।