୩୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ସହକାରୀ ମତ୍ସ୍ୟ ଅଧିକାରୀ
ସୁବର୍ଣ୍ଣପୁର (ସଂକେତ ଟିଭି): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ତାଙ୍କ ସହିତ ଜଡିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ମଧ୍ୟ ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି।
ଅଭିଯୋଗ ଅନୁସାରେ, ସହକାରୀ ମତ୍ସ୍ୟ ଅଧିକାରୀ ବିଭୂତି ଭୂଷଣ ପ୍ରଧାନ ସରକାରୀ ସବସିଡି ରିଲିଜ୍ କରିବାପାଇଁ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (SHG) ମାନଙ୍କଠାରୁ ଲାଞ୍ଚ ଦାବି କରୁଥିଲେ। ପ୍ରଥମେ ସେ ୪୫ ହଜାର ଟଙ୍କା ଦାବି କରିଥିଲେ, ମାତ୍ର ପରବର୍ତ୍ତୀ ସମୟରେ ଏହା ୩୦ ହଜାର ଟଙ୍କାରେ ସ୍ଥିର ହୋଇଥିଲା। ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ରଙ୍ଗେହାତେ ଧରିଥିଲେ।
ଗିରଫକାରୀ ସମୟରେ ଭିଜିଲାନ୍ସ ଅଧିକାରୀମାନେ ସୋନପୁରସ୍ଥିତ ବିଭୂତିଙ୍କ ଭଡା ଘରୁ ୩ ଲକ୍ଷ ୫୮ ହଜାର ୭୦୦ ଟଙ୍କା ଉଦ୍ଧାର କରିଥିଲେ। ଅନ୍ୟ ଜଣେ ସମ୍ପୃକ୍ତ ବ୍ୟକ୍ତିଙ୍କ ଠାରୁ ୪୮ ହଜାର ୬୧୦ ଟଙ୍କା ଜବତ କରାଯାଇଥିଲା। ସମୁଦାୟ ୪ ଲକ୍ଷ ୭ ହଜାର ୩୧୦ ଟଙ୍କା ଭିଜିଲାନ୍ସ ଅଧିକାରୀମାନେ ଜପ୍ତ କରିଛନ୍ତି।