ଚୂଡ଼ାନ୍ତ ପର୍ଯ୍ୟାୟରେ ଭୁବନେଶ୍ବରରେ ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା
ଭୁବନେଶ୍ୱର (ସଂକେତ ଟିଭି): ଭୁବନେଶ୍ବରରେ ପାର୍ଟ ପ୍ଲଟ୍ ବିକ୍ରି ଅନୁମତି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ମାସରେ ଏହା ସମ୍ବନ୍ଧିତ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି ।
ମନ୍ତ୍ରୀ କହିଛନ୍ତି ଯେ, ପାର୍ଟ ପ୍ଲଟ୍ କଟକଣା ନିୟମ କଠୋର କରିବା ସହିତ ଆପାର୍ଟମେଣ୍ଟ ବିକ୍ରି ନିୟମାବଳୀ ସଂଶୋଧନ ପ୍ରକ୍ରିୟା ମଧ୍ୟ ଶେଷ ପର୍ଯ୍ୟାୟରେ ଅଛି । ପାର୍ଟ ପ୍ଲଟ୍ ସମ୍ପର୍କିତ ନିୟମ ନଗର ଉନ୍ନୟନ ବିଭାଗ ପାଖରେ ରହିଛି । ଏଥିପାଇଁ ପ୍ରସ୍ତୁତ ଡ୍ରାଫ୍ଟକୁ ରାଜସ୍ୱ ବିଭାଗ ଗଭୀରଭାବେ ଅଧ୍ୟୟନ କରୁଛି ।
ସେହିପରି, ଆପାର୍ଟମେଣ୍ଟ ବିକ୍ରି ସମ୍ପର୍କିତ ନିୟମାବଳୀର ଡ୍ରାଫ୍ଟ ମଧ୍ୟ ରାଜସ୍ୱ ବିଭାଗ ପାଖରେ ପହଞ୍ଚିସାରିଛି । ବିଭାଗ ଏହାକୁ ନେଇ ବିଶେଷଜ୍ଞ, ଅଂଶୀଦାର ଏବଂ ସମ୍ବନ୍ଧିତ ପକ୍ଷଙ୍କ ସହ ଆଲୋଚନା କରୁଛି । ମନ୍ତ୍ରୀ ଜଣାଇଛନ୍ତି ଯେ, ଚଳିତ ମାସରେ ଏହି ନିୟମାବଳୀ ସାର୍ବଜନୀନ କରାଯାଇ ବିଜ୍ଞପ୍ତି ଜାରି କରାଯିବ ।