ଓଡ଼ିଶାରୁ ମୁସଲମାନଙ୍କୁ ବିଦା କରାଯାଇନାହିଁ : ଆଇନ୍ ମନ୍ତ୍ରୀ
ଭୁବନେଶ୍ୱର (ସଂକେତ ଟିଭି): ଟିଏମ୍ସି ସାଂସଦ ୟୁସୁଫ ପଠାନଙ୍କ ବିବୃତି ପରେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ଦେଇଛନ୍ତି । ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଓଡ଼ିଶାରୁ କୌଣସି ମୁସଲମାନ ନାଗରିକଙ୍କୁ ବିଦା କରାଯାଇନାହିଁ । ତାଙ୍କ ମତରେ, ପାକିସ୍ତାନ ଓ ବାଂଲାଦେଶରୁ ଅନୁପ୍ରବେଶ କରିଥିବା ଅବୈଧ ଅଧିବାସୀଙ୍କୁ ହିଁ ହଟାଇବାର ପ୍ରକ୍ରିୟା ଚାଲିଛି ।
ମନ୍ତ୍ରୀ ହରିଚନ୍ଦନ କହିଛନ୍ତି, “ଜନସାଧାରଣଙ୍କ ମଧ୍ୟରେ ଆନ୍ଦୋଳନ ହେଉଥିବା ପରିସ୍ଥିତିରେ ସରକାର କଠୋର ପଦକ୍ଷେପ ନେବେ । ଅନୁପ୍ରବେଶକାରୀଙ୍କୁ ହଟାଇବା କୌଣସି ଅନୈତିକ କିମ୍ବା ଭୁଲ ନୁହେଁ, କାରଣ ସେମାନେ ଭାରତୀୟ ନାଗରିକ ନୁହନ୍ତି ।”
ସେ କହିଛନ୍ତି ଯେ ରାଜ୍ୟ ସରକାର ଅବୈଧ ଅଭିବାସୀଙ୍କ ବିରୁଦ୍ଧରେ ନିୟମାନୁଯାୟୀ କାର୍ଯ୍ୟାନୁଷ୍ଠାନ ଜାରି ରଖିବେ । ଏହି ପ୍ରକ୍ରିୟାରେ ନାଗରିକଙ୍କ ମଧ୍ୟରେ ଭ୍ରାନ୍ତି ଦୂର କରିବାକୁ ମଧ୍ୟ ସରକାର ଆହ୍ୱାନ ଦେଇଛନ୍ତି ।