FeaturedLatestNewsPolitics

ବିଜେଡିର ୬ ଜିଲ୍ଲା ସଭାପତି ଘୋଷିତ

ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡି)ର ସାଙ୍ଗଠନିକ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ୬ଟି ଜିଲ୍ଲାର ସଭାପତିଙ୍କ ନାମ ଆଜି ଘୋଷଣା କରାଯାଇଛି। ଏହାପୂର୍ବରୁ ଗତ ୧୫ ଏପ୍ରିଲରେ ୧୮ ଜିଲ୍ଲାର ସଭାପତି ନିର୍ଦ୍ଦ୍ୱନ୍ଦ୍ୱ ନିର୍ବାଚିତ ହୋଇଥିଲେ।

ବିଜେଡିର ନିର୍ବାଚନ ଅଧିକାରୀ ପ୍ରତାପ କେଶରୀ ଦେବ ଆଜି ଏହି ୬ ଜିଲ୍ଲାର ସଭାପତିଙ୍କ ନାମ ପ୍ରକାଶ କରିଛନ୍ତି। ନିର୍ବାଚିତ ସଭାପତିମାନଙ୍କ ମଧ୍ୟରେ କେନ୍ଦୁଝର ପାଇଁ ଆଶିଷ ଚକ୍ରବର୍ତ୍ତୀ, ଭୁବନେଶ୍ୱର ପାଇଁ ଅଶୋକ ଚନ୍ଦ୍ର ପଣ୍ଡା, ରାଉରକେଲା ପାଇଁ ପ୍ରଦ୍ୟୁମ୍ନ ତ୍ରିପାଠୀ, ମୟୁରଭଞ୍ଜ-୨ ପାଇଁ ଦେବାଶିଷ ମାରାଣ୍ଡି, ସମ୍ବଲପୁର ପାଇଁ ରୋହିତ ପୂଝାରୀ ଏବଂ ବଲାଙ୍ଗୀର ପାଇଁ ସରୋଜ କୁମାର ମେହେର ଅନ୍ତର୍ଭୁକ୍ତ।