ବିଜେଡ଼ିର ସାଙ୍ଗଠନିକ ପୁନର୍ଗଠନ: ୭୧ ଜଣଙ୍କୁ ନୂତନ ଦାୟିତ୍ବ
ଭୁବନେଶ୍ୱର (ସଂକେତ ଟିଭି): ବିଜୁ ଜନତା ଦଳ (ବିଜେଡ଼ି) ନିଜର ସାଙ୍ଗଠନିକ ପୁନର୍ବିନ୍ୟାସ କରି ମୋଟ ୭୧ ଜଣକୁ ନୂତନ ଦାୟିତ୍ବ ପ୍ରଦାନ କରିଛି। ଏହି ତାଲିକାରେ ୧୫ ଜଣ ଉପସଭାପତି, ୭ ଜଣ ବରିଷ୍ଠ ଉପସଭାପତି, ୨୦ ଜଣ ବରିଷ୍ଠ ସାଧାରଣ ସମ୍ପାଦକ ଏବଂ ୩୫ ଜଣ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଛନ୍ତି। ଏଥିସହ କୋଷାଧ୍ୟକ୍ଷ ଭାବେ ସୁବାସ ସିଂହଙ୍କୁ ନିଯୁକ୍ତି ଦିଆଯାଇଛି।
ବରିଷ୍ଠ ଉପସଭାପତି ଓ ଉପସଭାପତିଙ୍କ ତାଲିକା
ଦେବୀ ମିଶ୍ରଙ୍କୁ ବରିଷ୍ଠ ଉପସଭାପତି (ମୁଖ୍ୟାଳୟ) ଭାବେ ଦାୟିତ୍ବ ଦିଆଯାଇଛି। ଅନ୍ୟ ବରିଷ୍ଠ ଉପସଭାପତିମାନେ ହେଲେ ପ୍ରଫୁଲ୍ଲ ସାମଲ, ଉଷା ଦେବୀ, ବିକ୍ରମ ଆରୁଖ, ପ୍ରମିଳା ମଲ୍ଲିକ, ନିରଞ୍ଜନ ପୂଜାରୀ ଏବଂ ଚନ୍ଦ୍ରଶେଖର ସାହୁ। ଉପସଭାପତି ପ୍ରତାପ ଜେନାଙ୍କୁ ମଧ୍ୟ ମୁଖ୍ୟାଳୟ ଦାୟିତ୍ବ ଦିଆଯାଇଛି। ଅନ୍ୟ ଉପସଭାପତିମାନେ ହେଲେ ଅତନୁ ସବ୍ୟସାଚୀ ନାୟକ, ରାଜେନ୍ଦ୍ର ଢ଼ୋଲକିଆ, ସଞ୍ଜୟ ଦାସ ବର୍ମା, ରବି ନାରାୟଣ ନନ୍ଦ (ଜୟପୁର), ଅଶ୍ଵିନୀ କୁମାର ପାତ୍ର, ପ୍ରଣବ ପ୍ରକାଶ ଦାସ ଏବଂ ସାରଦା ପ୍ରସାଦ ନାୟକ।
ବରିଷ୍ଠ ସାଧାରଣ ସମ୍ପାଦକଙ୍କ ନାମ
କଳିକେଶ ନାରାୟଣ ସିଂହ ଦେଓ, ପ୍ରୀତିରଞ୍ଜନ ଘଡ଼ାଇ, ରମେଶ ଚନ୍ଦ୍ର ମାଝୀ, ଟୁକୁନି ସାହୁ, କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଭ୍ରୁଗୁ ବକ୍ସିପାତ୍ର, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ପୂର୍ଣ୍ଣଚନ୍ଦ୍ର ସାହୁ, ଧ୍ରୁବଚରଣ ସାହୁ, ସୁଶାନ୍ତ ସିଂହ, ସୁଧୀର ସାମଲ, ଅନନ୍ତ ନାରାୟଣ ଜେନା, ଲେଖାଶ୍ରୀ ସାମନ୍ତ ସିଂହାର, ରାଜଶ୍ରୀ ମଲ୍ଲିକ, ମାନସ ରଞ୍ଜନ ମଙ୍ଗରାଜ, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତ ରାୟ, ସ୍ନେହାଙ୍ଗୀନ ଛୁରିଆ ଏବଂ ଜଗନ୍ନାଥ ସାରକାଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦିଆଯାଇଛି।
ସାଧାରଣ ସମ୍ପାଦକଙ୍କ ତାଲିକା
ତୁଷାରକାନ୍ତି ବେହେରା, ସୌଭିକ ବିଶ୍ଵାଳ, ସାରଦା ପ୍ରସନ୍ନ ଜେନା, ବାସନ୍ତୀ ହେମ୍ବ୍ରମ, ସୁଲୋଚନା ଦାସ, ବିଜୟ ନାୟକ, ଗୀତା ବସ୍ତିଆ, ଲୋପାମୁଦ୍ରା ବକ୍ସିପାତ୍ର, ଶ୍ରୀମୟୀ ମିଶ୍ର, ପ୍ରଫୁଲ୍ଲ ସିଂହ, ଗୌତମବୁଦ୍ଧ ଦାସ, ସଞ୍ଜୀବ ମଲ୍ଲିକ, ପ୍ରଶାନ୍ତ ବେହେରା, ଚକ୍ରମଣୀ କହଁର, ପ୍ରଦୀପ ଦିସାରି, ସୁଶାନ୍ତ ରାଉତ, ବିଭୂତି ଭୂଷଣ ବଳବନ୍ତରାୟ, ଅଧିରାଜ ପାଣିଗ୍ରାହୀ, ସୁଲତା ଦେଓ, ସୁଭାଶିଷ ଖୁଣ୍ଟିଆ, ଶର୍ମିଷ୍ଠା ସେଠୀ, ଅଂଶୁମାନ ମହାନ୍ତି, ମନମଥ ରାଉତରାୟ, ମୁକେଶ ପାଲ୍, ସ୍ଵରୂପ ଦାସ, ସୁକାନ୍ତ ନାୟକ, ରୀତା ସାହୁ, ନିରଞ୍ଜନ ବିଶି, ଶ୍ରୀକାନ୍ତ ସାହୁ, ଦୀପାଳି ଦାସ, ଜଗନ୍ନାଥ ନାୟକ, ମାଧବ ସର୍ଦ୍ଦାର, ରାଜେନ୍ଦ୍ର ସାହୁ, ପ୍ରଭୁ ଜାନି ଏବଂ ଗିରିଶ ଦାସଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ବ ଦିଆଯାଇଛି।
ବିଜେଡ଼ିର ବିଭିନ୍ନ ଛାମୁହା ସଂଗଠନରେ ନୂତନ ଆବାହକ ନିଯୁକ୍ତି
ସେହିପରି ବିଜେଡ଼ି ନିଜର ବିଭିନ୍ନ ଛାମୁହା ସଂଗଠନରେ ନୂତନ ଆବାହକମାନଙ୍କୁ ନିଯୁକ୍ତି କରିଛି। ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏହି ନିଯୁକ୍ତିଗୁଡିକ କରାଯାଇଛି।
ନୂତନ ଆବାହକମାନଙ୍କ ତାଲିକା:
- ବିଜୁ କୃଷକ ଜନତା ଦଳର ଆବାହକ: ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ
- ବରିଷ୍ଠ ନାଗରିକ ସେଲ୍ ଦାୟିତ୍ବ: ସାଂସଦ ଦେବାଶିଷ ସାମନ୍ତରାୟ
- ଆଇଟି ଓ ସୋସିଆଲ ମିଡିଆ ଦାୟିତ୍ବ: ଅମର ପଟ୍ଟନାୟକ
- ବିଜେଡ଼ି ଆଞ୍ଚଳିକ ଉନ୍ନୟନ ସେଲ୍ ଦାୟିତ୍ବ: ଅନଙ୍ଗ ଉଦୟ ସିଂହଦେଓ
- ବିଜେଡ଼ି କୋପରେଟିଭ୍ ସେଲ୍ ଦାୟିତ୍ବ: ରଣେନ୍ଦ୍ର ପ୍ରତାପ ସ୍ୱାଇଁ
- ବିଜେଡ଼ି ଓବିସି ସେଲ୍ ଦାୟିତ୍ବ: ବିଧାୟକ ଅରୁଣ ସାହୁ
- ବିଜେଡ଼ି ଶିକ୍ଷା ଓ ଶିକ୍ଷକ ସେଲ୍ ଦାୟିତ୍ବ: ବଦ୍ରି ନାରାୟଣ ପାତ୍ର
- ଅନୁସୂଚିତ ଜନଜାତି ସେଲ୍ ଦାୟିତ୍ବ: ମଙ୍ଗଳା କିଷନ
- ଏସି ସେଲ୍ ଦାୟିତ୍ବ: ମହେଶ ସାହୁ